ଗୋ-ସୁରକ୍ଷା ସମିତି ପକ୍ଷରୁ ତହସିଲ ଘେରାଉ

 ନିମାପଡ଼ା  : ନିମାପଡ଼ା-ବାଲିପାଟଣା ମୁଖ୍ୟରାସ୍ତା ଶେଉଳ ସାହି ଏବଂ ନିମାପଡ଼ା-ଚାରିଛକ ରାସ୍ତା ଆମ୍ପୋର ନିକଟରେ ଗୋ ସୁରକ୍ଷା ସମିତି ପକ୍ଷରୁ ଶତାଧିକ ଚାଷୀ ଗାଈ ଓ ବୁଲା ଷଣ୍ଢମାନଙ୍କୁ ରାସ୍ତା ଉପରେ ଶୁଆଇ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି  । ଅବାଧରେ ବୁଲୁଥିବା ଶହ ଶହ ଗାଈ ଗୋରୁ ଏବଂ ବୁଲା ଷଣ୍ଢମାନଙ୍କ ଏପରି ବୁଲିବା ଦ୍ୱାରା ଚାଷୀଙ୍କ ଚାଷ ଜମି ନଷ୍ଟ ହେଉଥିବା ବେଳେ ପ୍ରତ୍ୟେକ ଦିନ କେହି ନା କେହି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି  । ତେଣୁ ସରକାର ଏମାନଙ୍କ ସୁରକ୍ଷା ପାଇଁ ଗୋଶାଳାର ବ୍ୟବସ୍ଥା କରିବା ସହ ନଷ୍ଟ ହୋଇଥିବା ଚାଷର କ୍ଷତିପୂରଣ ଦାବି କରିଥିଲେ  । ଏହାର ପ୍ରତିବାଦରେ ନିମାପଡ଼ା ତହସିଲ ସମ୍ମୁଖରେ ୭ଦଫା ଦାବି ନେଇ ପୁରୀ ଜିଲ୍ଲା ଗୋ ସୁରକ୍ଷା ସମିତି ସଭାପତି ପ୍ରଫୁଲ୍ଲ ବେହେରାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ବୁଲା ଷଣ୍ଢମାନଙ୍କୁ ନେଇ ପ୍ରତିବାଦ କରିଥିଲେ  । ନିମାପଡ଼ା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି କୃଷକଙ୍କ ଦାବିପତ୍ର ଗ୍ରହଣ କରିଥିଲେ  । ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ତୁରନ୍ତ କୃଷକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ  ।