ଶ୍ରୀ ଲକ୍ଷ୍ମୀନାରାୟଣ ପୂଜା ମହୋତ୍ସବ ଉଦ୍ଘାଟିତ
ବ୍ୟାସନଗର: ଶଙ୍ଖଚିଲା ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରର ବାର୍ଷିକ ପୂଜା ମହୋତ୍ସବ ଉଦ୍ଘାଟିତ ହୋଇଛି । ପାଞ୍ଚ ଦିନ ଚାଲିବାକୁ ଥିବା ମହୋସôବର ଉଦ୍ଘାଟନ ସନ୍ଧ୍ୟାରେ ରାଜ୍ୟ ମହିଳା କଂଗ୍ରେସର ପୂର୍ବତନ ସଭାନେତ୍ରୀ ବନ୍ଦିତା ପରିଡ଼ା, ନିଖିଳ ଉକôଳ ଅଣ ସଂଗଠିତ ଶ୍ରମିକ ସଂଗଠନରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି, ଜିଲ୍ଲା ଟିକସ ବାର୍ ଆସୋସିଏସନ୍ ସଭାପତି ବିବେକାନନ୍ଦ ମହାନ୍ତି, କୋରେଇ ବ୍ଲକ କଂଗ୍ରେସ କମିଟି ସଭାପତି ଅକ୍ଷୟ ଜେନା, ସମାଜସେବୀ ତଥା ଛୋଟରାୟପୁର ଗ୍ରାମ ମୁଖ୍ୟ କେଶବ ଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇଥିଲେ । ଅନୁଷ୍ଠାନ ସଭାପତି ଶ୍ରୀଧର ଦାସ ସଭାପତିତ୍ୱ କରିଥିଲେ । ଅନୁଷ୍ଠାନର ବରିଷ୍ଠ କର୍ମ କର୍ତା ରାଘବ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ, ସମ୍ପାଦକ ଅନନ୍ତ ଚରଣ ମଲ୍ଲିକ ସମ୍ପାଦକୀୟ ପାଠ କରିଥିଲେ । ଏହି ଅବସରରେ ସମସ୍ତ ଅତିଥି ଏକତ୍ରିତ ହୋଇ ପ୍ରଥମେ ମହାପ୍ରଭୁଙ୍କ ଠାରୁ ଆଶିର୍ବାଦ ନେଇ ମନ୍ଦିର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ରୀଧର ପଥାଳଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିେ । ପାଞ୍ଚ ଦିନ ଧରି ବିଭିନ୍ନ ଅତିଥିଙ୍କୁ ନେଇ ଆଧ୍ୟାତ୍ମିକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସାଧୁ ମିଳନ କାର୍ଯ୍ୟକ୍ରମ କରାଯିବ । ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶୀ ନୃତ୍ୟ ଗୁରୁ ବୈକୁଣ୍ଠ ନନ୍ଦଙ୍କ ଓଡ଼ିଶୀ ଟିମ୍ ପକ୍ଷରୁ ନୃତ୍ୟ ଓ ରାଧା ମାଧବ ଡ୍ୟାନ୍ସ୍ ଗ୍ରୁପ୍ ପକ୍ଷରୁ ଡ୍ୟାନ୍ସ୍ କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନ ସଭ୍ୟ ପ୍ରଭାତ ପଥାଳ, ଅରୁଣ ସାହୁ, ରଘୁନାଥ ପାଣିଗ୍ରାହୀ, ଗଜେନ୍ଦ୍ର ମହାକୁଡ଼, ଅକ୍ଷୟ ଗୁରୁ, ସୁରେନ୍ଦ୍ର ନାୟକ, ଅଶୋକ ନାୟକ, ପ୍ରସନ୍ନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ବେଳେ, ଧନେଶ୍ୱର ନାଥ ଧନ୍ୟବାଦ ଦେଇଥିଲେ ।