ଖରସ୍ରୋତା ପୁସ୍ତକ ମେଳା ଉଦ୍ଘାଟିତ
ସିଂହପୁର: ଖରସ୍ରୋତା ପୁସ୍ତକ ମେଳା ଉଦ୍ଘାଟିତ ହୋଇଯାଇଛି । ବିଞ୍ଝାରପୁର ବ୍ଲକ ଫତେପୁର ପଞ୍ଚାୟତ ମଲିଆ ଯଜ୍ଞ ପଡିଆରେ ଦ୍ୱିତୀୟ ଖରସ୍ରୋତା ପୁସ୍ତକ ମେଳାକୁ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଉଦ୍ଘାଟନ କରିଥିଲେ । ପୁସ୍ତକ ମେଳାର ସ୍ଥାୟୀ ସଭାପତି ପଦ୍ମକର ଗୁରୁଙ୍କ ପୋରହିତରେ ଅନୁଷ୍ଟିତ ଉଦ୍ଘାଟନ ଉସôବରେ ପ୍ରାକ୍ତନ କୁଳପତି ପ୍ରଧ୍ୟାପକ କୁମର ବର୍ ଦାସ, ସାହିତିକ ତଥା ସୁବକ୍ତା ଅମିୟ ପାଣ୍ଡବ, ବ୍ଲକ୍ ଅଧ୍ୟକ୍ଷା ରଞ୍ଜିତା ଦାସ, ଜିଲ୍ଲାପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ସଭ୍ୟା ସୁନିତା ନାୟକ, ବ୍ଲକ୍ ଉପାଧ୍ୟକ୍ଷ ସେକ୍ ଏର୍ଷଦ, ବାଛଳ ସରପଞ୍ଚଞ୍ଚକଳ୍ପନା ବେହେରା, ସମିତିସଭ୍ୟ ପଦ୍ମିନୀ ବେହେରା, ମୁଖ୍ୟ ଉପଦେଷ୍ଟା ସୁଶାନ୍ତ ନାୟକ, ପ୍ରାଧ୍ୟାପକ ଅଜୟ ଓଝା ପ୍ରମୁଖ ଯୋଗ ଦେଇ ପୁସ୍ତକ ମେଳା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକ ଜିତେନ୍ଦ୍ର ବେହେରା ସମ୍ପାଦକୀୟ ପାଠ କରିଥିଲେ । କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ପ୍ରଧାନ, ଭାରତ ଭୂଷଣ ମଲିକ, ଭରତ ଚନ୍ଦ୍ର ନାୟକ, ପ୍ରତିଜ୍ଞା ସାହୁ, ସନ୍ତୋଷ ବେହୁରିଅ, ରବିନ୍ଦ୍ର ପରିଡ଼ା, ପ୍ରଦୀପ ଜେନା, ସୁଧୀର ଆଚାର୍ଯ୍ୟ, ଖଗେଶ୍ୱର ସାହୁ, ନାରାୟଣ ଚନ୍ଦ୍ର ଦାସ, ଅମ୍ବିକା ପ୍ରସାଦ ସାମଲ, ଦେବେନ୍ଦ୍ର ସାମଲଙ୍କ ସମେତ ମେଳା କମିଟିର ସଦସ୍ୟ ଉପସ୍ଥତି ରହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
