ଆମ୍ବେଦକରଙ୍କୁ ଅସମ୍ମାନ ବୟାନ ବିରୋଧରେ ପ୍ରତିବାଦସଭା

 ଯାଜପୁର : ସମ୍ବିଧାନର ପ୍ରଣେୟତା ତଥା ଭାରତରତ୍ନ ବାବାସାହେବ ଡ଼କ୍ଟର ବିଆର୍ଆମ୍ବେଦକରଙ୍କୁ ନେଇ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ସଂସଦରେ ଦେଇଥିବା ଅସମ୍ମାନ ବୟାନ ପ୍ରତିବାଦ୍ରେ ମୁଳନିବାସୀ ୟୁନାଇଟେଡ଼୍ ଫୋରମ୍ ଓ ଏହାରସହଯୋଗୀ ସଂଗଠନ ପକ୍ଷରୁ ଜିଲାପାଳ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା କରାଯାଇଛି । କେନ୍ଦ୍ରର ଏନ୍ଡ଼ିଏ ପରିଚାଳିତ ବିଜେପି ସରକାର ଡ଼କ୍ଟର ଆମ୍ବେଦକରଙ୍କ ଅସମ୍ମାନ ସହ ସମ୍ବିଧାନରୁ ସମାଜବାଦ, ଧର୍ମନିରପେକ୍ଷତାକୁ ବାଦ ଓ ସମ୍ବିଧାନ ପ୍ରଦତ ମୈାଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି ଦର୍ଶାଇ ୟୁନାଇଟେଡ଼୍ ଫୋରମ୍ର ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋରଂଜନ ଜେନାଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତା ଏକତ୍ର ହୋଇ କେନ୍ଦ୍ର ସରକାର ଓ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା ମୁର୍ଦ୍ଧାବାଦ୍ ନାରାଦେଇ ବହିଷ୍କାର ଦାବୀ କରିଥିଲେ । ଏହି ସରକାର ଚାକିରୀରେ ଅନୁସୂଚୀତ ଜାତି ଜନଜାତିଙ୍କ ଲାଗି ଉଦ୍ଧିଷ୍ଟ ସଂରକ୍ଷଣ, ପଦନ୍ନୋତିରେ ସଂରକ୍ଷଣ, ନିର୍ଯ୍ୟାତନା ନିର୍ବାରଣ ଆଇନ୍ରେ କୋହଳ ଓ ଏପରିକି ରାଷ୍ଟ୍ରାୟତ ସଂସ୍ଥାକୁ ଘରୋଇ କରଣ କରାଯାଇ ସଂରକ୍ଷଣ ବିଲୋପ ପରି ଅନେକ ଅଧିକାରରୁ ଏହି ବର୍ଗଙ୍କୁ ବଂଚିତ କରାଯାଉଛି । ସେହିପରି ମଣିପୁର ସମେତ ସମସ୍ତ ରାଜ୍ୟରେ ଜାତିଗତ ନିର୍ଯ୍ୟାତନା ବଢୁଥିବା ସମୟରେ ଦଳିତମାନଙ୍କ ତ୍ରାଣକର୍ତା ଡ଼କ୍ଟର ଆମ୍ବେଦକରଙ୍କ ପ୍ରତିମୁର୍ତିକୁ ମହାରାଷ୍ଟ୍ରରେ ଭଙ୍ଗାଯିବା ଘଟଣା ଘୋର୍ ଆଘାତ୍ ଦେବା ସହ ସେଠାକାର ବିଜେପି ସରକାର କୋହଳ ମନୋଭାବ ନେବାରୁ ରାଜ୍ୟରେ ଆଇନ୍ ଶୁଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ବକ୍ତବ୍ୟ ରଖିବା ସହ ଘରୋଇ ସଂସ୍ଥାରେ ସଂରକ୍ଷଣ,ପ୍ରତିମୂର୍ତି ଭଙ୍ଗା ଆସାମୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ,ଜାତିଗତ ନିର୍ଯ୍ୟାତନା ନିର୍ବାରଣ ଆଇନ୍ ସଠିକ୍ ଓ କଡ଼ାକଡ଼ି ପାଳନ ନିମନ୍ତେ ନିଦେ୍ର୍ଧଶ ପ୍ରଦାନ କରିବା ପ୍ରମୁଖ ଦାବୀ କରି ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଜିଲାପାଳଙ୍କ ଜରିଆରେ ଦାବୀପତ ପ୍ରଦାନ କରାଯାଇଥିଲା । ପ୍ରତିବାଦସଭାରେ ରାଜ୍ୟ କମିଟି ସଦସ୍ୟ ପ୍ରତାପ ଦାସ,ଜିଲା ଉପସଭାପତି ସହଦେବ ଜେନା ଓ ଦେବଦତ ଜେନା,ସଂପାଦକ ବିଶ୍ୱନାଥ ପାତ୍ର,ଆମ୍ବେଦକର ଫାଉଣ୍ଡେସନ ସଭାପତି ସୁରେନ୍ଦ୍ର ମଲ୍ଲିକ,ସଂପାଦକ ଅଭିମନୁ୍ୟ ମଲ୍ଲିକ,ଉପଦେଷ୍ଟା କାର୍ତିକ ମଲ୍ଲିକ,ଆଦିବାସୀ ନେତା ମାଣିକ ଗାଗରାଇ, ମହମ୍ମଦ ଅବଦୁର ରୋଓ ରମେଶ ମଲ୍ଲି,ମାୟାଧର ମଲ୍ଲିକ,ରାଇକୁରୀ ନିଗୁଆ,ବଲମା ଲାଗୁରୀ,ଜିଲା ସଂଯୋଜକ ଉମାକାନ୍ତ ମଲ୍ଲିକ, ପିନାକୀ ରଂଜନ ମଲ୍ଲିକ,କ୍ଷିରୋଦ ଦାସ ପ୍ରମୁଖ ସାମିଲ ହୋଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଶାହାଙ୍କ କୁଶ ପୁତଳିକା ଦାହ କରିଥିଲେ ।