ଧଳାଜହର ଜବତ, ୧ ଗରିଫ

 ଯାଜପୁର ଟାଉନ : ଯାଜପୁର  ଅବକାରୀ ବିଭାଗ ଅଧିକ୍ଷକ ଦିବ୍ୟ କିଶୋର ତାଣ୍ଡେଲଙ୍କ ନିଦେ୍ର୍ଦଶ କ୍ରମେ ଅବକାରୀ ଥାନା ପାଟ୍ରୋଲିଂ କରୁଥିବା ସମୟରେ ମକେଇପୁର ନିକଟରେ ଜଣେ ଯୁବକଙ୍କ ଉପରେ ସନେ୍ଦହ ହେବାରୁ ଅବକାରୀ ପୁଲିସ ତାକୁ ଅଟକାଇ ପଚରାଉଚରା କରିବା ସହ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ତାଙ୍କ ନିକଟରୁ ୩୨ଗ୍ରାମ ବ୍ରାଉନସୁଗର (ଧଳା ଜହର)ଜବତ କରିଥିଲେ । ଉକ୍ତ ଯୁବକ ଆଙ୍କୁଲା ଗ୍ରାମର ପଞ୍ଚାନନ ପଣ୍ଡାଙ୍କ ପୁଅ ପରମେଶ୍ୱର ପଣ୍ଡା ବୋଲି ଅବକାରୀ ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲେ । ଜବତ ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ଅବକାରୀ ଥାନାଧିକାରୀ ପ୍ରଦୀପ କୁମାର ରଥ ସୂଚନା ଦେଇଥିଲେ । ଚଢ଼ଉରେ ଏଏସ୍ଆଇ ସରୋଜ କୁମାର, ରାକେଶ ମୁର୍ମୁ, ଏସ୍ଆଇ ଶୁଭଶ୍ରୀ ଚକ୍ର, ରାମେଶ୍ୱର ମହାନ୍ତି ସମେତ ସ୍ୱର୍ଣ୍ଣଲତା ଦାସ ପ୍ରମୁଖ ସାମିଲ ଥିଲେ । ଅବକାରୀ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପରମେଶ୍ୱରକୁ କୋର୍ଟ ଚାଲାଣ କରାଯାଇଛି ।