ଶ୍ରୀ ଶ୍ରୀ ମା ଦଣ୍ଡକାଳୀଙ୍କ ବାର୍ଷିକ ଉସବ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହାକୁମା ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଶ୍ରୀ ଶ୍ରୀ ମା ଦଣ୍ଡକାଳୀଙ୍କ ତୃତୀୟ ବାର୍ଷିକ ପ୍ରତିଷ୍ଠା ଉସôବ ଓ ନାମ ଯଜ୍ଞ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବ ଉପଲକ୍ଷେ ବୁଧବାର ସନ୍ଧ୍ୟାରେ ସହରରେ ମହିଳା ମାନଙ୍କ ଦ୍ୱାରା ବିରାଟ କଳସ ଶୋଭା ଯାତ୍ରା ହୋଇ ମା ଦଣ୍ଡକାଳୀଙ୍କ ମନ୍ଦିର ନିକଟକୁ ଆସିଥିଲା, ପୂର୍ଣ୍ଣ ଜଳ କଳସ ଗୁଡିକୁ ମା ଙ୍କ ପିଠା ରେ ସ୍ଥାପନ କରାଯାଇ ପୂଜା ହୋଇଥିଲା । ଆଜି ସକାଳେ ମା ଙ୍କ ନୀତି ରୀତି ଅନୁଯାଇ ପୂଜା ହେବା ସହ ହୋମ ଯଜ୍ଞ କରା ଯାଇଛି, ଏହି ପୂଜାରେ ଅଜିତ ପାଢ଼ୀ ଓ ତାଙ୍କ ସହଧର୍ମିଣୀ ରଞ୍ଜିତା ପାଢ଼ୀ କର୍ତା ଭାବେ ଉପସ୍ଥିତ ରହି ପୂଜାରେ ସଙ୍କଳ୍ପ କରିଥିଲେ । ଏହି ଉସôବରେ ସହରର ଶତାଧିକ ଭକ୍ତ ମାନେ ଉପସ୍ଥିତ ରହି ମା ଙ୍କ ପୂଜା କରିଥିଲେ, ଚିତ୍ରସେନ ନାହକ, ହେମନ୍ତ କୁମାର ମହାରଣାଙ୍କ ସହିତ ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
