ମଦ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ
ନବରଙ୍ଗପୁର : ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସଙ୍କ ନିଦେ୍ର୍ଦଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥଙ୍କ ନେତୃତ୍ୱରେ, ନବରଙ୍ଗପୁର ଅବକାରୀ ଥାନା ଅଧିକାରୀ ବିଙ୍ଗରାଜ ଦାମୀ ଏବଂ ଅବକାରୀ ସହ ଉପ ନିରୀକ୍ଷକ କୀଲାଡା ଭାସ୍କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ବିଭାଗୀୟ କର୍ମଚାରୀ ମାନଙ୍କ ସହ, ନବରଙ୍ଗପୁର ଥାନା ଅନ୍ତର୍ଗତ ନବରଙ୍ଗପୁର ସହରରେ ଏମ ବଜାର ନିକଟ ମୁଖ୍ୟ ରାସ୍ତାରେ, ଗୋଟିଏ ଅଟୋ ରିକ୍ସାରେ ଜଣେ ବିଜରାଗୁଡା ଗ୍ରାମର ପୁରୁଷ ଆସାମୀ ଧବଲୁ ହରିଜନ ଏବଂ ଯେଟୁଗୁଡା ଗ୍ରାମର ଜଣେ ମହିଳା ଆସାମୀ ନୀଳ ବିନ୍ଧାଣିଙ୍କ ନିକଟରୁ ୮୦ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ସହ ଗୋଟିଏ ଅଟୋ ରିକ୍ସା ଓ ଡି ୨୪ କେ ୪୬୭୦କୁ ଜବତ କରି ଆସାମୀମାନଙ୍କୁ ଏସ ଡି ଜେ ଏମଙ୍କ ଅଦାଲତରେ ହାଜର କରାଗଲା । ପି ଆର ନଂ ୫୧/୨୦୨୫/୨୬ ଅଫ ଓ ଆଇ ସି ଅଫ ଏକ୍ସସାଇଜ ଷ୍ଟେସନ ନବରଙ୍ଗପୁରରେ ମକଦମା ରୁଜୁ କରା ଯାଇ ଥିବା ଅବକାରୀ ନିରୀକ୍ଷକ ଶ୍ରୀ ରଥ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ, ସିପାହୀ ମାନେ ହେଲେ ରଞ୍ଜୀ ଜାନି, ସଦାଶିବ ଭତରା, ଉମେଶ ହରିଜନ ଓ ଆକାଶ ଶବର ସହଯୋଗ କରିଥିଲେ ।