କୃଷି ସଂକଳ୍ପ ଅଭିଯାନ କର୍ମଶାଳା
ଆସିକା : ଭାରତ ସରକାରଙ୍କ କୃଷି ଓ କୃଷକ ମନ୍ତ୍ରାଳୟ ପକ୍ଷରୁ କୃଷକ ମାନଙ୍କ ସହ ସିଧା ଆଲୋଚନା ନୂତନ ପ୍ରଯୁକ୍ତି ବିଦ୍ୟା ଓ ସରକାରୀ ଯୋଜନା ସମ୍ବନ୍ଧୀୟ ସୂଚନା ପ୍ରଦାନ, ଚାଷୀ ମାନଙ୍କ ମତାମତ ଓ ସୃଜନ ଶିଳତା ର ପରିପ୍ରକାଶ ଉପରେ ଗତ ୨୯ ତାରିଖ ଠାରୁ ଜୁନ ୧୨ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକରେ ସଚେତନତା କର୍ମଶାଳା କରିବାକୁ ନିଦେ୍ର୍ଦଶ ରହିଛି । ଆସିକା ବ୍ଲକର ଆଜି ଆୟୋଜିତ କର୍ମଶାଳାର ସ୍ଥାନୀୟ ସାଂସଦ, ବିଧାୟକ, ବ୍ଲକ ଅଧକ୍ଷା, ଉପାଧକ୍ଷା, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ସମିତି ସଦସ୍ୟ ଏଭଳି କି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତ ରହିବା ଘଟଣା କର୍ମଶାଳାକୁ ଫିକା କରିଥିବା ପରିଲେଖିତ ହେଉଛି । ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ସାମିଲ ନକରିବା ପଛର କାରଣ ଜଣା ପଡୁନାହିଁ । ଆଜି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବରଗାଁ ରାଧାକୃଷ୍ଣ କଲ୍ୟାଣ ମଣ୍ଡପ ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ରେ ବୈଜ୍ଞାନିକ ଡକ୍ଟର. ଭବାନୀ ଶତପଥୀ, ଭଞ୍ଜନଗର ଡକ୍ଟର ସୁଶାନ୍ତ ଶତପଥୀ, ବୈଜ୍ଞାନିକ ଡକ୍ଟର ସନ୍ତୋଷ ସାମନ୍ତରାୟ, ଆସିକା କୃଷି ଜିଲ୍ଲା ଅଧିକାରୀ ପ୍ରମୋଦ ମହାପାତ୍ର, ଆସିକା ଉଦ୍ୟାନ କୃଷି ସହକାରୀ ଅଧିକାରୀ ଗୀତାଞ୍ଜଳି ସାହୁ, ଆସିକା କୃଷି ଅଧିକାରୀ ବାସୁଦେବ ସାହୁ, ସହକାରୀ କୃଷି ଅଧିକାରୀ ସୁବ୍ରତ ମିଶ୍ର, ମସô ବିଭାଗ ସହକାରୀ ଅଧିକାରୀ ଦୁର୍ଗା ମାଧବ ପ୍ରଧାନ, ଆତ୍ମା ଅଧକ୍ଷ ବିଜୟ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଚାଷୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।