ଶ୍ରେଷ୍ଠ ଚାଷୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ
ଭୁବନେଶ୍ୱର : ଉନ୍ନତ ଚାଷ ପ୍ରଣାଳୀ ଓଡ଼ିଶାରେ ସମନ୍ୱିତ କୃଷି ଅଭ୍ୟାସ ଜାରି ରଖି ସଫଳ ଚାଷୀ ତଥା ସ୍ଥାୟୀ ଚାଷର ଏକ ମଡେଲ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି କେନ୍ଦୁଝରର ସଫଳ ଚାଷୀ ତାପସ କୁମାର ରାଉତ । ଏକ ଅଭିନବ ଫାର୍ମ କୃଷି ବଳରେ ସେ ଓଡ଼ିଶା ରାଜ୍ୟ ସରକାରଙ୍କ ଠାରୁ ଶ୍ରେଷ୍ଠ କୃଷକ ପୁରସ୍କାର ହାସଲ କରିଛନ୍ତି । ବସୁନ୍ଧରା ଦୁଗ୍ଧ ଓଡ଼ିଶାରେ ସମନ୍ୱିତ ଏବଂ ସ୍ଥାୟୀ ଚାଷର ଏକ ମଡେଲ ହୋଇଛି ଏବଂ ଏହାର ସୁଯୋଗ ନେଇ ତାପସ ଏ କ୍ଷେତ୍ରରେ ସଫଳତା ହାସଲ କରିଥିବା ଯୋଗୁଁ ଫେବୃୟାରୀ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆଠାରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ମସô୍ୟ ଓ ପ୍ରାଣୀ ସମାବେଶର ଉଦ୍ାଟନୀ ଦିବସରେ ଶୁକ୍ରବାର ସମନ୍ୱିତ କୃଷି ଏବଂ ପରିପୂରକ ତୃଣ ଚାଷ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ ପାଇଁ ଶ୍ରୀ ରାଉତ ପୁରସ୍କୃତ ହୋଇଛନ୍ତି । ଉସôବରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଶ୍ରୀ ରାଉତଙ୍କୁ ସମ୍ୱନ୍ଧିତ କରିବା ସହ ପୁରସ୍କୃତ କରିଥିଲେ ।