ସଂକୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳା
ାା ପ୍ରଭାନୁ୍ୟଜ ।ା ସାଲେପୁର : ସାଲେପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସଂକୁଳର ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସଂକୁଳ ପ୍ରମୁଖ ଦେବେନ୍ଦ୍ର ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ତଥା ସଂକୁଳ ସଂଯୋଜକ ଶଙ୍କର୍ଷଣ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀରାମ ଜୁନିୟର କଲେଜର ପ୍ରାଣୀବିଜ୍ଞାନ ଅଧ୍ୟାପକ ଡଃ ବଂଶୀଧର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକଳ୍ପ ଗୁଡିକୁ ଉଦ୍ଘାଟନ କରିଥିଲେ । ଏହି ମେଳାରେ ଶିଶୁ, ବାଲ୍ ଓ କିଶୋରବର୍ଗରେ ବିଜ୍ଞାନ, ଗଣିତ, ବୈଦିକ ଗଣିତ ଆଦିର ପ୍ରକଳ୍ପ, ପ୍ରଶ୍ନମଞ୍ଚ, ପ୍ରୟୋଗ, ପତ୍ରବାଚନ, ନିବନ୍ଧ, ଗଳ୍ପ କଥନ, ତତ୍କାଳୀନ ଭାଷଣ, ସଂଗୀତ, ମୂର୍ତ୍ତିକଳା, ଲୋକନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତାରେ ସାଲେପୁର ସଂକୁଳ ଅନ୍ତର୍ଗତ ୯ଗୋଟି ଶିଶୁ ମନ୍ଦିରରୁ ମୋଟ୍ ୩୫୩ଜଣ ଭାଇ ଭଉଣୀ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବେ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଅଭିଜ୍ଞ ବିଜ୍ଞାନ, ଗଣିତ ଓ କଳା ଶିକ୍ଷକମାନଙ୍କ ମଧ୍ୟରେ ମାନସ କୁମାର ରାଉତରାୟ, ହରପ୍ରସାଦ ଷଡ଼ଙ୍ଗୀ, ମନୋଜ କୁମାର ଦାଶ, ବିଜୟ ଷଡ଼ଙ୍ଗୀ, ମୋନାଲିସା ସାହୁ, ହେମନ୍ତ କୁମାର ଭୂୟାଁ, ଦୁର୍ଗାପ୍ରସାଦ ରାୟ, ଶ୍ରୀକାନ୍ତ କୁମାର ପରିଡ଼ା, ତ୍ରୈଲୋକ୍ୟ ଭୂୟାଁ, ସୂର୍ଯ୍ୟକାନ୍ତ ନାୟକ, ବିଜୟ କୁମାର ପରିଡ଼ା, ଦିଲ୍ଲୀପ କୁମାର ଦାଶ, ଲୋକରଂଜନ ପ୍ରଧାନ, ଉମାକାନ୍ତ ମହାନ୍ତି, ପ୍ରଫୁଲ୍ଲ କୁମାର ସାହୁ, ଆରତୀ ଆଚାର୍ଯ୍ୟ, ବାସନ୍ତୀ ଦାସ ପ୍ରମୁଖ ମୂଲ୍ୟାଙ୍କନ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ମେଳାରେ ସଂକୁଳ ବିଜ୍ଞାନ ପ୍ରମୁଖ ଜ୍ୟୋତିଶଙ୍କର ଦାଶ, ଦୁର୍ଗାପ୍ରସାଦ ଦାଶ, ସତ୍ୟବ୍ରତ ସ୍ୱାଇଁ, ଗଣିତ ପ୍ରମୁଖ ବିବେକାନନ୍ଦ ସାହୁ, କପିଳ ଚରଣ ବେହେରା, ସଂସ୍କୃତି ଜ୍ଞାନ ପ୍ରମୁଖ ଜୟଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିବା ସହ ପ୍ରଧାନଆଚାର୍ଯ୍ୟମାନଙ୍କ ମଧ୍ୟରେ ସୁଶିଲ କୁମାର ବିଶୋଇ, ପ୍ରାଣକୃଷ୍ଣ ମଲ୍ଲିକ, ଗୋପାଳ ଚରଣ ସାହୁ, ସୁଦେଷ୍ଣା ନନ୍ଦ, ସଂଜୟ ବର୍ଦ୍ଧନ ଉପସ୍ଥିତ ଥିଲେ । ସେହିପରି ଅପରାହ୍ନରେ ଅନୁଷ୍ଠିତ ଉଦ୍ୟାପନ ଉତ୍ସବରେ ମୁଖ୍ୟଅତିଥି ରୂପେ ପୁଲିସ ବିଭାଗର ଅବସରପ୍ରାପ୍ତ ଆକାଉଣ୍ଟାଣ୍ଟ୍ ତଥା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବହୁଗ୍ରାମର ଉପସଭାପତି ଯଦୁମଣି ସାହୁ ଉପସ୍ଥିତ ରହି କୃତୀ ପ୍ରତିଭାଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସ୍ଥାନୀୟ ଶିଶୁ ମନ୍ଦିରର ଆଚାର୍ଯ୍ୟ କ୍ଷୀରୋଦ କୁମାର ଦାଶ ମଞ୍ଚ ସଂଯୋଜନା କରିବା ସହ ପରିଚାଳନା ସମିତିର କାର୍ଯ୍ୟକର୍ତ୍ତା, ସମସ୍ତ ଗୁରୁଜୀ, ଗୁରୁମା ଏହି ବିଜ୍ଞାନମେଳାକୁ ସଫଳ କରିଥିଲେ ।