ସହର ପରିକ୍ରମା କଲା ବିକାଶ ବାହନ

 ଖଣ୍ଡପଡ଼ା : ଖଣ୍ଡପଡ଼ା ସହରାଞ୍ଚଳର ବିଭିନ୍ନ ୱାର୍ଡରେ ପରିକ୍ରମା କରିଛି ବିକାଶ ବାହନ । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂ୍ର୍ତ୍ତି ଅବସରରେ ବିଭିନ୍ନ  ଲୋକହିତକର ଯୋଜନାର ସଫଳ ରୂପାୟନ ସହ ବିକାଶର ବାର୍ତ୍ତା ନେଇ ଏହି ବିକାଶ ବାହନ ସହରବାସୀଙ୍କୁ ସଚେତନ କରିବାର ଲକ୍ଷ୍ୟ ରଖିଛି । ଖଣ୍ଡପଡ଼ା ଏନଏସି କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷା ଆରତୀ ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ  ଅଭିଷେକ ମିଶ୍ର ,ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ପତାକା ଦେଖାଇ ବିକାଶ ବାହନ ପରିକ୍ରମା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର, କର୍ମଚାରୀ ଓ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସମସ୍ୟାମାନେ ଯୋଗ ଦେଇଥିଲେ । ୨ ଦିନ ମଧ୍ୟରେ ଖଣ୍ଡପଡ଼ା ସହରର ୧୩ ଟି ୱାର୍ଡ  ବିକାଶ ବାହନ ପରିକ୍ରମା କରିବ ବୋଲି ଖଣ୍ଡପଡ଼ା  ଏନଏସି  କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।