ପାଣିପାଇଁ ଡହଳ ବିକଳ ଗ୍ରାମବାସୀ
ବାରଙ୍ଗ : ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତର ଖଇରାପଡା ଠାରେ ବସିଥିବା ପାଣି ଟ୍ୟାଙ୍କରୁ ସପ୍ଲାଏ ପାଣ ିଦାଢ଼ା ପଞ୍ଚାୟତର ବାଲିପଡ଼ା, କଣ୍ଟୁଣିଆ ଗ୍ରାମବାସୀଙ୍କୁ ପାଣି ଯୋଗାଇ ଥାଏ । ଆଜକୁ ୭ ଦିନ ହେବ ପାଣି ଆସୁନାହିଁ ଯାହା ଫଳରେ ଟୋପାଏ ପିଇବା ପାଣି ପାଇଁ ଲୋକେ ଡହଳ ବିକଳ ହୋଇଛନ୍ତି । ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀ ଜେଇ ଏବଂ ଏସଡିଓଙ୍କୁ ଦୃଷ୍ଟି ଆକର୍ଷଣ କରିବା ସ୍ୱତେ କୌଣସି ସମସ୍ୟାର ସମାଧାନ ହୋଇପାରିଲା ନାହିଁ । ଯାହା ଫଳରେ ପିଇବା ପାଣି ପାଇଁ ଲୋକେ ହନ୍ତ ସନ୍ତ ହେଉଛନ୍ତି । ଏଭଳି ସମସ୍ୟା ଦୀର୍ଦ୍ଧଦୀନ ହେବ ଲାଗିରହିଥିଲେ ମଧ୍ୟ ପ୍ରଶାସନ କୌଣସି ସମାଧାନର ବାଟ ବାହାରିବାରେ ଅସଫଳ ହୋଇଛି । ବିଶେଷ କରି ଜେଇ ଓ ଆରଡବ୍ଲୁଏସଏସ ମ୍ୟାଡାମ ଦୀର୍ଘ ୧୦ ବର୍ଷ ହେବ ରହିବା ଦ୍ୱାରା ମନମୁଖୀ କାର୍ଯ୍ୟ କରୁଛନ୍ତି । ଲୋକଙ୍କ ସମସ୍ୟା ବୁଝୁନଥିବା ବେଳେ ଅଞ୍ଚଳ ପରିଭ୍ରମଣ କରୁନଥିବା ଅଭିଯୋଗ ହୋଇଛି । ଫଳରେ ଡାଇରିଆ ବ୍ୟାପିବାର ସମ୍ବାବନା ରହିଛି । ଯଦି ଏଭଳି ସମସ୍ୟା ଲାଗିରହିବ ତେବେ ଆଗାମୀ ଦିନରେ ଆନେ୍ଦାଳନ ଚେତାବନୀ ଦେଇଛନ୍ତି ଏଥିସହ ଯନ୍ତ୍ରୀ ଏବଂ ପୁରୁଣା କର୍ମଚାରୀ ବଦଳି କରିବାକୁ ଦାବୀ ହେଉଛି । କିଭଳି ଭାବରେ ସବୁଦିନ ପାଇଁ ଦୁଇ ଗ୍ରାମବାସୀ ଭଲରେ ପାଣି ପାଇବେ ତାହାର ସୁବ୍ୟବସ୍ଥା କରାଯାଇ ବୋଲି ଦାବି କରିଛନ୍ତି । ନଚେତ୍ ଗ୍ରାମ ବାସୀ ସାମୁହିକ ଭାବରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସମାଜସେବି ଜନକ ମାାଝି ଚେତାବନୀ ଦେଇଛନ୍ତି ।