ସଂଗ୍ରାମୀ ପବିତ୍ରଙ୍କ ନାମରେ ଡାକ ଟିକେଟ୍ କରାଯାଉ : ରୁଦ୍ର

ତାଳଚେର  : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପବିତ୍ରମୋହନ ପ୍ରଧାନଙ୍କ ନାମରେ ସ୍ମାରକୀ ଡାକଟିକେଟ୍ ପ୍ରଚଳନ କରିବାକୁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଦାବି କରିଛନ୍ତି  । ଆଜି ଲୋକସଭାର ଶୂନ୍ୟକାଳରେ ପାଣି କେନ୍ଦ୍ର ସରକାରଙ୍କ ନିକଟରେ ନିଜ ଦାବି ଉପସ୍ଥାପନ କରି କହିଛନ୍ତି । ସ୍ୱାଧୀନତା ସଂଗ୍ରାମୀ ପବିତ୍ର ବାବୁ ସ୍ୱାଧୀନତା ସଂଗ୍ରାମରେ ଝାସଦେଇ କାରବରଣ କରିଥିଲେ  । ସେ ଏକାଧାରରେ ଜଣେ କବି, ଲେଖକ, ସାହିତ୍ୟକ ଓ ଶିକ୍ଷାବିତ ଥିଲେ ଓ ସେ ବହୁବାର ବିଧାୟକ, ସାଂସଦ, ମନ୍ତ୍ରୀ ଓ ଓଡିଶାର ଉପ-ମୁଖ୍ୟମନ୍ତ୍ରୀ ହୋଇଥିଲେ  । ତାଙ୍କର ସ୍ମୃତିରେ ସ୍ମାରକୀ ଡାକଟିକେଟ୍ କରାଯାଉ ବୋଲି ସାଂସଦ ପାଣି ନିଜ ଦାବି ଉପସ୍ଥାପନ କରିଥିଲେ  ।