ସଂରକ୍ଷିତ ଜଙ୍ଗଲରେ ଗଛ କଟାକୁ ବିରୋଧ 

ାା ପ୍ରଭାନୁ୍ୟଜ୍ ।ା କେନ୍ଦୁଝର: ଚମ୍ପୁଆ ରେଞ୍ଜ କାଳିକାପ୍ରସାଦ ବିଟ୍ ଅନ୍ତର୍ଗତ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରେ ଗଛ କଟାକୁ ଗ୍ରାମବାସୀ ବିରୋଧ କରିଛନ୍ତି । ଗ୍ରାମବାସୀ ଏହି ଜଙ୍ଗଲ ସୁରକ୍ଷା କରି ଆସୁଥିବାବେଳେ ଗ୍ରାମବାସୀଙ୍କ ଅଗୋଚରରେ ଗଛକଟା ପାଇଁ ଅନୁମତି ଦିଆଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । କୃଷ୍ଣପୁର ଗ୍ରାମ୍ୟ ସୁରକ୍ଷା କମିଟି ପକ୍ଷରୁ ସଂରକ୍ଷିତ ଜଙ୍ଗଲରେ ୟୁକାଲିପଟାସ ଗଛ କାଟିବା ପାଇଁ ଆବେଦନ କରାଯାଇଥିଲା । ଡିଏଫଓ ସଠିକ୍ ତଦନ୍ତ ନ କରି ୨୫୦୫ ଟି ଗଛ କାଟିବ ପାଇଁ ଅନୁମତି ଦେଇଥିଲେ । ଡିଏଫଓ ଧନରାଜ ଏଚ୍ଡି ଚିଠି ସଂଖ୍ୟା ୩୬୫୫ ଗଛ କାଟିବା ପାଇଁ ଅନୁମତି ପ୍ରଦାନ କରିଥିଲେ । ଅନୁମତି ଦିଆଯାଇଥିବା ଚିଠିରେ ୟୁକାଲିପଟାସ ଗଛ ଗୁଡିକ ବଡ ଏବଂ ପୁରୁଣା ହୋଇଥିବା ଉଲ୍ଲେଖ ରହିଛି । ପ୍ରବଳ ବର୍ଷା ବାତ୍ୟା ଯୋଗୁଁ କେତେକ ବଡ ବଡ ପଡିଯିବାର ଆଶଙ୍କା ଥିବା ଚିଠିରେ ଲେଖାଯାଇଛି । ଏହି କାରଣରୁ ଗଛ କଟାଯିବା ଜରୁରୀ ବୋଲି ଡିଏଫଓ ଏସିଏଫ୍ ତଥା ଇନଚାର୍ଜ ଚମ୍ପୁଆ ରେଞ୍ଜର ଙ୍କୁ ଚିଠି କରିଛନ୍ତି । ଚିହ୍ନିତ ହୋଇଥିବା ୨୫୦୫ ଟି ୟୁକାଲିପଟାସ ଗଛ କଟାଯିବା ପାଇଁ ବନ ବିଭାଗ କିଛି ସର୍ତ୍ତ ରଖାଯାଇଥିଲେ ମଧ୍ୟ ତାକୁ ନ ମାନି ମନ ଇଚ୍ଛା ଗଛ କଟାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବନ କର୍ମଚାରୀଙ୍କ ଅନୁପସ୍ଥିତିରେ ଆକାଶିଆ ଏବଂ ଅନ୍ୟ ପ୍ରଜାତିର ଗଛ କଟାଯାଇଛି । ବହୁ ସଂଖ୍ୟାରେ ଆକାଶିଆ ଏବଂ ୟୁକାଲିପଟାସ ଗଛ କଟାଯିବା ପରେ ସଂଖ୍ୟାଲଘୁ କାଠ ମାଫିଆ ମହମ୍ମଦ ସାବିର ବାହାରକୁ ଚାଲାଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବନବିଭାଗ ଏବଂ କାଠ ମାଫିଆ ସଲାସୁତୁରାରେ ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବା ପାଇଁ ଅନୁମତି ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ବନ ବିଭାଗ ପକ୍ଷରୁ ଭୂଲ ରିପୋର୍ଟ ଆଧାରରେ ସଂରକ୍ଷିତ ଜଙ୍ଗଲରେ ଗଛ କାଟିବା ପାଇଁ ଅନୁମତି ଦିଆଯିବା ଘଟଣାର ତଦନ୍ତ ଦାବୀ ହୋଇଛି । ଗ୍ରାମବାସୀମାନେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ କଟାଯାଇଥିବା ବହୁ ସଂଖ୍ୟାରେ ଆକାଶିଆ କାଠ ରଖି ଘଟଣାର ତଦନ୍ତ ଦାବୀ କରିଛନ୍ତି । ବିନା ଅନୁମତିରେ ଏତେ ସଂଖ୍ୟାରେ ଗଛ କଟିଥିଲେ ମଧ୍ୟ ବନ ବିଭାଗ କାହିଁକି କୃଷ୍ଣପୁର ଗ୍ରାମ୍ୟ ସୁରକ୍ଷା କମିଟି ନାମରେ ମାମଲା ରୁଜ୍ଜୁ କରୁନାହିଁ ତାହା ସନେ୍ଦହ ଘେରରେ । ଉକ୍ତ ସଂରକ୍ଷିତ ଜଙ୍ଗଲରେ ବର୍ଷର ସବୁ ସମୟରେ ହାତୀ ଏବଂ ଅନ୍ୟ ବନ୍ୟପ୍ରାଣୀ ବସବାସ କରୁଥିଲେ ମଧ୍ୟ ବନ ବିଭାଗ କାଠ ମାଫିଆଙ୍କ ସ୍ୱାର୍ଥରେ ଗଛ କଟା ଅନୁମତି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ବନ ବିଭାଗ ଜଙ୍ଗଲ ସୃଷ୍ଟି କରୁଥିବାବେଳେ ଅନ୍ୟପଟେ ମାଫିଆମାନେ ବେଧଡକ ଗଛ କାଟି ସଫା କରିଦେଉଥିବାରୁ ପରିବେଶ କ୍ଷତିଗସ୍ତ ହେଉଛି ।