ସଂସଦୀୟ କ୍ଷେତ୍ରସ୍ତରୀୟ ସଡ଼କ ସୁରକ୍ଷା ବୈଠକ
କେନ୍ଦୁଝର : ସ୍ଥାନୀୟ ଦରବାର ହଲଠାରେ ସଂସଦୀୟ କ୍ଷେତ୍ରସ୍ତରୀୟ ସଡକ ସୁରକ୍ଷା ବୈଠକ ଜିଲ୍ଲାପାଳଙ୍କ ମିନି କନଫରେନ୍ସ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦ ଅନନ୍ତ ନାୟକ,ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଡିଏଫ୍ଓ ଧନରାଜ ଏଚଡି, ଅତିରିକ୍ତ ଜିଳ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ,ଆଂଚଳିକ ପରିବହନ ଅଧିକାରୀ ଇଂ ଗୋପାଳ କୃଷ୍ଣ ଦାସ, ଚମ୍ପୁଆ ବିଧାୟକଙ୍କ ପ୍ରତିନିଧି ସଞ୍ଜିବ ବେହେରା, ଯୋଡା ଖଣି ଉପନିଦେ୍ର୍ଦଶକ ଦିନେଶ ଅଗ୍ରୱାଲ, କେନ୍ଦୁଝର ଖଣି ଉପ ନିଦେ୍ର୍ଦଶକ ବିଷ୍ଣୁପଦ ରାଉତ, ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ ସମ୍ବିତ ମହାନ୍ତି, ଏନ୍ଏଚ୍ଏଆଇ ପ୍ରକଳ୍ପ ନିଦେ୍ର୍ଦଶକ ମହେଶ ଗାମି, ଏନ୍ଏଚ୍ର ଅଧିକ୍ଷଣ ଯନ୍ତ୍ରୀ ରଜନୀକାନ୍ତ ମୀନା, ଅବକାରୀ ଅଧିକ୍ଷକ ଦିବ୍ୟରଞ୍ଜନ ଦୀପ, ଏନ୍ଏଚ୍-୨୦ ଆରଇ ଲକ୍ଷ୍ମୀଧର ନାୟକ, ଏନ୍ଏଚ୍ ୪୯ ଏବଂ ୫୨୦ କନସଲଟାନ୍ସି ସତ୍ୟରଞ୍ଜନ ରାଉତ,ଜୁନିୟର ଏମ୍ଭିଆଇ ରାଜେଶ କୁମାର ସେଠୀ, ଜୁନିୟର ଏମ୍ଭିଆଇ ଅରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଉପରେ ୪ଇ ଯଥା ଏଜୁକେସନ,ଏନଫୋର୍ସମେଣ୍ଟ, ଏମରଜେନ୍ସି କେୟାର ଏବଂ ଇଞ୍ଜନିୟରିଂ ଉପରେ ଗୁରୁତ୍ୱରୋପ କରାଯାଇଥିଲା । ବିଶେଷ କରି ରାସ୍ତା ଦୁର୍ଘଟଣାର କାରଣ ଖୋଜିବା ସହ ଏହା ନିରାକରଣ ପାଇଁ ରାସ୍ତା ସୁରକ୍ଷା କିପରି ପାଳନ ହେଉଛି ତାହା ଉପରେ ଆଲୋଚନା ହୋଇଥିଲା । ସେହିପରି ଜିଲ୍ଲାରେ ରାସ୍ତା ସୁରକ୍ଷା ଆକ୍ସନ ପ୍ଲାନ ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଦୁର୍ଘଟଣାର ତଥ୍ୟ ବିଶ୍ଲେଷଣ ସହ ଏନଫୋର୍ସମେଂଟ କାର୍ଯ୍ୟକଳାପର ସମୀକ୍ଷା କରାଯାଇଥିଲା ।