‘ସକ୍ଷମ’ର କାର୍ଯ୍ୟକାରିଣୀ ବୈଠକ : ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରିବାକୁ ଆହ୍ୱାନ
ନବରଙ୍ଗପୁର : ସ୍ଥାନୀୟ ବିନାୟକ ମନ୍ଦିର ବୈଠକ ଗୃହରେ ସମଦୃଷ୍ଟି, କ୍ଷମତା ବିକାଶ ଏବଂ ଅନୁସନ୍ଧାନ ମଣ୍ଡଳ (ସକ୍ଷମ) ପକ୍ଷରୁ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ପଶ୍ଚିମ ପ୍ରାନ୍ତ ସଚିବ ଶ୍ୟାମ କୁମାର ଦାସ ଯୋଗ ଦେଇ ସକ୍ଷମ କ'ଣ ଏହା କାହା ସ୍ୱାର୍ଥ ପାଇଁ କାର୍ଯ୍ୟକାରୀ କରାଯାଉଛି, ସେହି ବିଷୟରେ ନବରଙ୍ଗପୁର ଜିଲ୍ଲା ନବଗଠିତ କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟାମାନଙ୍କୁ ଆଲୋକପାତ କରାଇଥିଲେ । ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଆଣିବା ଓ ସମ୍ମାନ ଜଣାଇବାକୁ ପ୍ରୟାସ କରିବା ଉଚିତ୍ । ଆମ ପାଖରେ ୨୧ ପ୍ରକାରର ଦିବ୍ୟାଙ୍ଗ ରହିଥିଲେ ବି ନବରଙ୍ଗପୁର ଭଳି ଉପାନ୍ତ ଅଞ୍ଚଳରେ ସଚେତନତାର ଅଭାବ ଯୋଗୁଁ ଚିହ୍ନଟ କିମ୍ବା ସରକାରଙ୍କ ବିଭିନ୍ନ ବିଭାଗରେ ସୁବିଧା ସୁଯୋଗରୁ ବଞ୍ଚôତ ହେଉଥିବା ଜଣାପଡୁଛି । ସକ୍ଷମ ଭାରତର ଏକ ବିରାଟ ପରିବାର,ଏଥିରେ ସମସ୍ତ ଦିବ୍ୟାଙ୍ଗଜନ ଙ୍କୁ ସାମିଲ କରିବାକୁ ଆହ୍ୱାନ ଦେଇଛନ୍ତି । ଦିବ୍ୟାଙ୍ଗଙ୍କୁ ସମାଜରେ ସ୍ୱାବଲମ୍ବୀ ଜୀବନ ସହିତ ସୁସ୍ଥ ଜୀବନଶୈଳୀରେ ବଞ୍ଚିବାକୁ ସହାୟତାର ହାତ ବଢାଇବା ଆବଶ୍ୟକ ବୋଲି ପ୍ରାନ୍ତ ସଚିବ କହିଥିଲେ । ମୁଖ୍ୟବକ୍ତା ଆରଏସଏସ୍ର କ୍ଷେତ୍ରିୟ ସେବା ପ୍ରମୁଖ ଦୀପକ ରାଉତ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଜଗନ୍ନାଥ ମହାପାତ୍ର ନିଜ ଅଭିଭାଷଣରେ ଦିବ୍ୟାଙ୍ଗମାନଙ୍କୁ ଉତ୍ତମ ବ୍ୟବହାର ସହ ସହଯୋଗର ହାତ ବଢାଇବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଲାର ନଗର କାର୍ଯ୍ୟବାହ ବିଦ୍ୟାଭୂଷଣ ପଣ୍ଡା, ବିଭାଗୀୟ ପ୍ରଚାରକ ମହେଶ ଭାଇ ଉପସ୍ଥିତ ରହିଥିଲେ । ବୈଠକକୁ ପରିଚାଳନା କିଶୋରୀ ପଟ୍ଟନାୟକ କରିଥିଲାବେଳେ ଧନ୍ୟବାଦ ପ୍ରସ୍ତାବ ସହ ସଚିବ ୱାଇ ପ୍ରଭାକର ପାତ୍ର ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସକ୍ଷମର ସଚିବ ଏ ସୁରେଶ, ସଭାପତି ସୁଜିତ ରଥ, କୋଷାଧ୍ୟକ୍ଷ ନିହାର ରଞ୍ଜନ ମହାନ୍ତି, ଯୁବା ପ୍ରମୁଖ ଏମ ତେଜେଶ୍ୱର ରାଓ, ପ୍ରଚାର ପ୍ରମୁଖ ଲୋକନାଥ ପ୍ରଧାନ, କାର୍ଯ୍ୟକାରିଣୀ ସଦସ୍ୟ ବିକ୍ରମ ଜୈନ, ପରମେଶ୍ୱରୀ ପାହାଡି, ଶୌମିତ୍ର ସାହୁ, ଦିବ୍ୟାଙ୍ଗ ମିତ୍ର ସ୍ୱର୍ଣ୍ଣଲତା ପଟ୍ଟନାୟକ, ରଞ୍ଜିତା ସାହୁ, ଶର୍ମିଷ୍ଠା ଦେଓ, ରମା ପାଢୀ, ଦାମିନୀବାଳା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।