"ସିଏମ କିଷାନ’ ସହାୟତା ରାଶି ପ୍ରଦାନ

ନବରଙ୍ଗପୁର : ରାଜ୍ୟର କୃଷକମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ‘ସିଏମ କିସାନ୍‌’ ଯୋଜନା ଅଧୀନରେ ରବି ୨୦୨୫-୨୬ ବର୍ଷ ପାଇଁ ଅର୍ଥରାଶି ହସ୍ତାନ୍ତର କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି । ଏହି ଅବସରରେ ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ସିଧାପ୍ରସାରଣ କରାଯାଇଥିବା ବେଳେ ଉପସ୍ଥିତ ହିତାଧିକାରୀ ଚାଷୀ ଯୋଡ଼ି ହୋଇଥିଲେ । ଗଣପର୍ବ ନୂଆଖାଇ ଅବସରରେ ପ୍ରତ୍ୟେକ ହିତାଧିକାରୀ ଚାଷୀମାନଙ୍କ ଖାତାକୁ  ଡିବିଟି ମାଧ୍ୟମରେ ୨୦୦୦ଟଙ୍କା ଜମା କରାଯାଇଛି । 
ରାଜ୍ୟରେ ପ୍ରାୟ ୫୧ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଜମାଖାତାକୁ ୧୦୪୧ କୋଟିରୁ ଊଦ୍ଧ୍ୱର୍ ସହାୟତା ରାଶି ପ୍ରଦାନ କରାଯାଇଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର ଏବଂ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହଙ୍କ ସମେତ ସହରାଞ୍ଚଳ ଚାଷୀଙ୍କୁ "ସିଏମ କିସାନ’ ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇଥାଏ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଲୋକସଭା ସାଂସଦ ବଳଭଦ୍ର ମାଝୀ, ବିଧାୟକ ନବରଙ୍ଗପୁର ଗୌରୀଶଙ୍କର ମାଝୀ, ବିଧାୟକ କୋଟପାଡ଼ ରୁପୁ ଭତରା ଏବଂ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ କୃଷକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଜିଲ୍ଲାରେ ମୋଟ୍‌ ୧,୬୦,୪୫୩ ଜଣ ହିତାଧିକାରୀ ଚାଷୀଙ୍କ ଜମାଖାତାକୁ "ସିଏମ କିସାନ’ ଅର୍ଥରାଶି ପ୍ରଦାନ କରାଯାଇଛି । ବୈଠକରେ ପ୍ରାୟ୧୫୦ ଜଣ ହିତାଧିକାରୀଙ୍କ ସହ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧୀର ରଞ୍ଜନ ବେହେରା, ଡିଆଇପିଆର୍‌ ଓ ମନୋଜ କୁମାର ବେହେରା, ଡିଏସ୍‌ଏସ୍‌ ଓ ସୁଧାଂଶୁ ପାତ୍ର, କୃଷି ବିଭାଗ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।