ସତ୍ୟବାନଙ୍କ ସାବିତ୍ରୀ : ୮ ବର୍ଷର୍ ଧରି କରୁଛନ୍ତି ଦିବ୍ୟାଙ୍ଗ ସ୍ୱାମୀଙ୍କ ସେବା
ବ୍ୟାସନଗର : ସବୁ ସାଧବା ନାରୀ ସ୍ୱାମୀଙ୍କ ମଙ୍ଗଳ ମନାସି ସାବିତ୍ର ବ୍ରତ ପାଳୁଛନ୍ତି । କିନ୍ତୁ ପ୍ରମିଳା ମନ୍ଦିରକୁ ଯାଇ ସ୍ୱାମୀଙ୍କ ମଙ୍ଗଳ ମନାସିବା ବଦଳରେ ପାଖରେ ରହି ସେବା ଯୋଗାଇ ଦେବାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ବିିବାହ ପରେ ପ୍ରଥମ ସାବିତ୍ର ବ୍ରତ ପାଳିବାକୁ ଉସôୁକତାର ସହ ଅପେକ୍ଷା କରିଥିଲେ ହେଁ ତାହା କିନ୍ତୁ ତାଙ୍କ ଭାଗ୍ୟରେ ଯୁଟିନଥିଲା । ଏଣୁ ସାବିତ୍ରୀ ତିଥି ଆସିଲେ ପ୍ରମିଳା ବ୍ରତ ପାଳନ୍ତି ସତ ହେଲେ ସ୍ୱାମୀଙ୍କ ସେବାରୁ ସମୟ ମିଳିଲେ ଯାଇ କରନ୍ତି । ବର୍ଷେ କି ଦୁଇବର୍ଷ ନୁହେଁ ୮ ବର୍ଷ ଧରି ପ୍ରମିଳା ଏଭଳି କରି ଆସୁଛନ୍ତି । ପ୍ରମିଳା ବ୍ୟାସନଗର ପୈାରାଞ୍ଚଳ ୨୧ ନମ୍ବର ୱାର୍ଡ଼ବାସିନ୍ଦା ସନ୍ତୋଷ ପରିଡ଼ାଙ୍କ ପତ୍ନୀ । ଯିଏ କି ୮ ବର୍ଷ ତଳେ ସନ୍ତୋଷକୁ ବିବାହ କରିଥିଲେ । ବିବାହର ୩ମାସ ପରେ ପଡ଼ିଥିଲା ତାଙ୍କ ବୈବାହିକ ଜୀବନର ପ୍ରଥମ ସାବିତ୍ରୀ । କିନ୍ତୁ ଦୁଇଦିନ ପୂର୍ବରୁ ସ୍ୱାମୀ ସନ୍ତୋଷ ଗଛରୁ ପଡ଼ି ହୋଇଥିଲେ ଗୁରୁତର । ସାବିତ୍ରୀ ପାଇଁ ସନ୍ତୋଷ ବାଡ଼ିରେ ଥିବା ନଡ଼ିଆ ଗଛରେ ଚଢି ନଡ଼ିଆ ଝାଡ଼ିବା ଭିତରେ ହଠାତ ତଳେ ପଡ଼ିଯାଇଥିଲେ । ଗୁରତର ଅବସ୍ଥାରେ ତାଙ୍କୁ ନିଆଯାଇଥିଲା ମେଡ଼ିକାଲ । ପ୍ରାଥମିକ ଚିକିସôା ପରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହେବା ପରେ ତାଙ୍କର ମେରୁଦଣ୍ଡ ଅକାମି ହୋଇଯାଇଥିବା ଡାକ୍ତର କହିଥିଲେ । ବ୍ରତ ପାଇଁ ନଡ଼ିଆ ଝାଡ଼ିବା ବେଳେ ଘଟିଥିବା ଦୁର୍ଘଟଣାରେ ସନ୍ତୋଷ ସବୁଦିନ ପାଇଁ ଅକାମି ହୋଇପଡ଼ିଲେ । ଆଉ ସେହି ଦିନରୁ ଆଜି ପର୍ଯ୍ୟନ୍ତ ଦିବ୍ୟାଙ୍ଗ ସ୍ୱାମୀଙ୍କ ସେବାରେ ନିଜକୁ ଉସôର୍ଗ କରିଛନ୍ତି ପତିବ୍ରତା ପତ୍ନୀ ପ୍ରମିଳା । ସାବିତ୍ରୀ ତିଥି ଆସିଲେ ତାଙ୍କର ମନେ ପଡ଼ିଯାଏ ସେହି ଦୁର୍ଘଟଣାର କଥା । ପ୍ରମିଳାଙ୍କ କହିବା କଥା ପ୍ରଥମ ସାବିତ୍ରୀ ସେ ମେଡ଼ିକାଲରେ ପାଳିଥିଲେ । ସ୍ୱାମୀ ସନ୍ତୋଷଙ୍କ ସେବାରେ ମଗ୍ନ ପ୍ରମିଳାଙ୍କ ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ସ୍ୱାମୀଙ୍କ ସବୁ ଯନô ନେଇଥାନ୍ତି । ସ୍ୱାମୀଙ୍କୁ ହୁଇଲ ଚେୟାରରେ ଧରି ବୁଲାଇଥାନ୍ତି । ତାଙ୍କ ଜୀବନର ସବୁ ଆଶା ଆଜି ଧୂଳିସାତ ହୋଇଯିବା ସହ ମନରେ ଥିବା ଅସୁମାରୀ ସ୍ୱପ୍ନ ଭାଙ୍ଗିଯାଇଛି । ତଥାପି ଉଭୟ ଉଭୟଙ୍କୁ ଦଣ୍ଡେ ନ ଦେଖିଲେ ଅଚଳ । କିଏ ଜାଣିଥିଲା ଭଗବାନ ତାଙ୍କୁ ଏମିତି ଦଣ୍ଡ ଦେବେ । ପରିବାର କହିଲେ ସ୍ୱାମୀ ଆଉ ସ୍ତ୍ରୀ ଦୁଇ ଜଣ । ଆଗକୁ ପଛକୁ କେହିନାହିଁ । ତଥାପି ସତ୍ୟବାନ ସନ୍ତୋଷଙ୍କ ପାଇଁ ସାବିତ୍ରୀ ସାଜିଛନ୍ତି ପ୍ରମିଳା । ଆଜିର ସମାଜରେ ଏଭଳି ଦମ୍ପତି ଖୁବ କମ ଦେଖିବାକୁ ମିଳିବେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଟିକେ କଥା କଟାକଟି ହେଲେ କି ସ୍ୱାର୍ଥରେ ଆଞ୍ଚ ଆସିଲେ ବିଚ୍ଛେଦ ସୃଷ୍ଟି ହେଉଛି । କିନ୍ତୁ ଏମାନଙ୍କ ଜୀବନରେ ଏତେବଡ଼ ଦୁର୍ଘଟଣା ଘଟିଥିଲେ ବି ଉଭୟଙ୍କ ମଧ୍ୟରେ କେବେ ବି ମନାନ୍ତର କି ମତାନ୍ତର ହୋଇନାହିଁ । ଏଦମ୍ପତି ଆଜିର ସମାଜ ପାଇଁ ଉଦାହରଣ ବୋଲି କୁହାଯାଇପାରେ । ଦମ୍ପତିଙ୍କ କହିବା କଥା ଏବେ ୧୨୦୦ ସହ ଟଙ୍କା ଭତା ଓ ୧୦ କେଜି ଚାଉଳ ତଙ୍କୁ ମିଳୁଛି । ଏତିକି ସରକାରୀ ସହାୟତାରେ ମାସ ସାରା ଚଳିବାକୁ ପଡୁଛି । ଔଷଧ ଓ ଅନ୍ୟାନ୍ୟ ଖର୍ଚ୍ଚ କଥା ନ କହିଲେ ଭଲ । ଯଦି ସରକାର ଆମ ପ୍ରତି ଦୃଷ୍ଟି ଦିଅନ୍ତି ଆମେ ଭଲରେ ବଞ୍ଚô ପାରନ୍ତୁ ବୋଲି କୁହନ୍ତି ୩୬ବର୍ଷିୟ ସନ୍ତୋଷ ଏବଂ ୩୨ବର୍ଷର ପ୍ରମିଳା ।