ପୁରୀ ସମୁଦ୍ରରେ ଛାତ୍ର ନିଖୋଜ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରସଦା ଗ୍ରାମ ପ୍ରଭାତ ସ୍ୱାଇଁଙ୍କ ପୁତ୍ର ପ୍ରତୁ୍ୟଷ(୧୭) ଗତ ରବିବାର ପୁରୀ ସମୁଦ୍ରରେ ନିଖୋଜ ହୋଇଯାଇଥିବା ଜଣାଯାଇଛି । ଭଦ୍ରକ ମହାବିଦ୍ୟାଳୟରୁ ସଦ୍ୟ +୨ ବିଜ୍ଞାନରେ କୃତିତ୍ୱ ସହ ସଫଳତା ହାସଲ କରିଥିôବା ପ୍ରତୁ୍ୟଷ ସମ୍ପର୍କୀୟ ସାଥିମାନଙ୍କ ସହ ପୁରୀ ଶ୍ରୀ ଜଗନ୍ନାଥ ଦର୍ଶନ କରିବାକୁ ଯାଇଥିଲେ । ଦର୍ଶନ ସାରି ସମୁଦ୍ରକୂଳ ହୋଟେଲ ତାରା ପ୍ୟାଲେସ ସମ୍ମୁଖରେ ପୂର୍ବାହ୍ନ ସମୟରେ ସମୁଦ୍ରରେ ସାଥି ସ୍ନାନ କରୁଥିବା ବେଳେ ନିଖୋଜ ହୋଇ ଯାଇଥିଲେ । ନିକଟରେ ଥିବା ଲାଇଫ ଗାର୍ଡ ଖୋଜାଖୋଜି କରି ପ୍ରତୁ୍ୟଷକୁ ପାଇନଥିଲେ । ସମ୍ପର୍କୀୟ ଭାଇ ମାନସ ରଞ୍ଜନ ମଲ୍ଲିକ ପୁରୀ ବଳିଆପଣ୍ଡା ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ଏଥିନେଇ ସଂପୃକ୍ତ ଥାନାରେ ୮/୨୦୨୫ନଂ ନିଖୋଜ ମାମଲା ଋଜୁ ହୋଇଛି । ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ପ୍ରତୁ୍ୟଷର ଖୋଜଖବର ମିଳିନଥିବା ଜଣାଯାଇଛି ।