ଲୋକସଭା କି ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଅଲୋଡ଼ା ପୁରୁଖା କର୍ମୀ
ବାଲିକୁଦା: ବଡ଼ଚଣା ବିଧାୟକ ପ୍ରାର୍ଥୀ ହୁଅନ୍ତୁ କି ଯାଜପୁର ଲୋକସଭା ପ୍ରାର୍ଥୀ ଆମକୁ ପଚାରୁ ନାହାନ୍ତି । ଆମ ଠାରୁ ପରାମର୍ଶ ନେବାକୁ ଉଚିତ ମଣୁ ନାହାନ୍ତି । ଏକ ପ୍ରକାର ଆମେ ମାନେ କୋଣଠେସା ହୋଇରହିଛୁ ।
ଏଭଳି ଅଭିଯୋଗ ପ୍ରାକ୍ତନ ଜିଲା ପରିଷଦ ପ୍ରାର୍ଥୀ ପରିକ୍ଷିତ ପଣ୍ଡା, ପ୍ରାକ୍ତନ ବଡ଼ଚଣା ମଣ୍ଡଳ ସଭାପତି ନୀଳମଣି ବଳ, ପ୍ରାକ୍ତନ ଯୁବମୋର୍ଚ୍ଚା ସଭାପତି ରଞ୍ଜିତ କୁମାର ବଳ, ପ୍ରାକ୍ତନ ଜିଲା କାର୍ଯ୍ୟକାରିଣୀ ସଦସ୍ୟ ପରମାନନ୍ଦ ମହାନ୍ତି, ପ୍ରାକ୍ତନ ଛତିଆ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ରାଉତ, ପ୍ରାକ୍ତନ ୧୯ନଂ ଜୋନ୍ ସଭାପତି ପ୍ରଦୀପ ଜେନା, ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ଅନିଲ କୁମାର ବଳ, ସିତାଶୁ ଶେଖର ସାମଲ, ଉତମ ମହାପାତ୍ର, ଅଜୟ ମଲିକ, ସୁଶାନ୍ତ ଦଳାଇ, ସାଗର ଦଳାଇ ପ୍ରମୁଖ । ଏମାନଙ୍କ ଅଭିଯୋଗ ହେଲା ନିର୍ବାଚନ ପ୍ରଚାର ଓ ପ୍ରସାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଇବା ପାଇଁ କର୍ମୀ ଓ ସଂଗଠକ ମାନଙ୍କୁ ଜାଗ୍ରତ କରାଯାଉଛି । ଯୋଉଥିପାଇ ତୂଣମୂଳ ସ୍ତରରେ ରାଜ୍ୟ କାଯ୍ୟକତା ପର୍ଯ୍ୟନ୍ତ ଦିନରାତି ଏକ କରି ନିର୍ବାଚନ ମଇଦାନରେ ଚଳଚଞ୍ଚଳ ଅଛନ୍ତି । ମାତ୍ର ଆମମାନଙ୍କୁ ପଚରା ଯାଉନି । ଏଭଳି କାରଣରୁ ଆମପରି ବରିଷ୍ଠ କର୍ମକର୍ତା ଦଳ ଛାଡି ଚାଲିଗଲେ । ଆମ୍ଭେମାନେ ଦଳର ସ୍ୱାଭିମାନ ଓ ନିତି ଆଦର୍ଶକୁ ଜାବୁଡ଼ି ଧରି କାମ କରି ଆସୁଥିଲେ ମଧ୍ୟ ବର୍ତମାନ ପ୍ରାର୍ଥୀ ଅଣଦେଖା କରୁଛନ୍ତି । ଆମମାନଙ୍କ ସହ କୈାଣସି ସୁ ପରାମର୍ଶ ଗ୍ରହଣ କରାଯାଉ ନାହିଁ । ସାଙ୍ଗଠନିକ କାର୍ଯ୍ୟରୁ ଆମ୍ଭମାନଙ୍କୁ ଦୂରରେ ରଖା ଯାଉଥିବାରୁ ଦଳ ଭିତରେ କୋଣ ଠେସା ହୋଇ ପଡିଲା ଭଳି ଲାଗୁଛି । ନିର୍ବାଚନ ଆଉ ଖୁବ କମ୍ ସମୟ ରହୁଥିବା ବେଳେ ବିଜେପି ନେତୃମଣ୍ଡଳ ଏତାଦୃଶ କାର୍ଯ ବଡ଼ଚଣାରେ ଦଳକୁ ପରାଜୟ ଆଡ଼କୁ ଟାଣି ନେଲା ଭଳି ଲାଗୁଛି ଏଣୁ ଉପସ୍ଥିତ କିଯ୍ୟକର୍ତା ଦୃଷ୍ଟି ଦେଇ ଦଳର ସାଙ୍ଗଠନିକ କାର୍ଯ୍ୟରେ ସମସ୍ତଙ୍କୁ ସାମିଲ କରି ଦଳକୁ ସଠିକ ମାର୍ଗରେ ପରିଚାଳିତ କରିବା ପାଇଁଁ ଦାବି କରିଛନ୍ତି ।ବଡ଼ଚଣା ନିର୍ବାଚନ ମଣ୍ଡଳୀ ଗୋପାଳପୁର ପଞ୍ଚାୟତ ଗଜେନ୍ଦ୍ର ପୁର ଶନିଘାଟ ଠାରେ ବଡ଼ଚଣା ବିଜେପିର ପୁରୁଣା କର୍ମୀ ମାନକ ଦ୍ୱାରା ଏଭଳି ଅଭିଯୋଗ କରାଯାଇଥିଲା ।