ଜମିରୁ ମାଟି ଉଠାଇ ବିକିଲେ, ଥାନାରେ ଅଭିଯୋଗ
ବିଞ୍ଝାରପୁର : ସରକାରୀ ଜମି ହେଉ ଅବା ବ୍ୟକ୍ତିଗତ ସବୁଠି ଚାଲିଛି ମାଟି ଲୁଟ୍ । ବ୍ୟକ୍ତିଗତ ଜମିରୁ ବିନା ଅନୁମତିରେ ଟ୍ରିପ୍ଟ୍ରିପ ମାଟି ଉଠାଯାଇଥିବା ଅଭିଯୋଗ ଆଣି ଥାନରେ ଲିଖିତ ଅଭିଯୋଗ କଲେ ଜମି ମାଲିକ । ଅଭିଯୋଗ ଅନୁଯାୟୀ ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତର ଦୀପକ କୁମାର ଧଳଙ୍କ ବିନା ଅନୁମତିରେ ଖରସ୍ରୋତା ନଦୀର ବଗମରା ସ୍ଥିତ ବନ୍ଧକଡ଼ ତାଙ୍କ ପୈତୃକ ଜମି ଖସଡ଼ା ନମ୍ବର ୨୮୪୭ରୁ ଜେନାଡ଼ିଆ ଗ୍ରାମର ନରେଶ ଧଳଙ୍କ ପରାମର୍ଶ କ୍ରମେ ନାଉପାଳ ଗ୍ରାମର ତାପସ ସାହୁ ମାଟି ଚୋରି କରିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦୀପକ । ପାଖାପାଖି ୧୫ରୁ ୨୦ଟ୍ରିପ୍ ମାଟି ଲୁଟ୍ ହୋଇଥିବା ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି । ତେଣୁ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଦୀପକ । ଦୀପକ ବିଦେଶରେ ରହୁଥିବାରୁ ପୂର୍ବରୁ ମଧ୍ୟ ତାଙ୍କ ବିନା ଅନୁମତିରେ ନରେଶ ଜେନାଙ୍କ ପ୍ରରୋଚନାରେ ତାଙ୍କ ଜମିରୁ ମାଟି ଲୁଟ୍ ହୋଇଥିବା ସେ ଅଭିଯୋଗ କରିଛନ୍ତି ।
 
 Rasmita Behera
                                    Rasmita Behera                                 
    
 
    
 
 
 
