ସପ୍ତାହ ହେବ ଡାକ ସେବା ଠପ୍
ାା ନାଉଗାଁରୁ ଅଜିତ୍ ଓଝା ।ା
ଓଡ଼ିଶାର ବ୍ୟାପକ ଅଞ୍ଚଳରେ ବର୍ତ୍ତମାନ ଡାକ ସେବା ଠପ୍ ହୋଇଥିବା ପରିସ୍ଥିତି ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିଛି । ନୂତନ ସଫ୍ଟୱେର ଅପଡେଟ ଓ ଇଣ୍ଟରନେଟ ସମସ୍ୟା ହେବା ଫଳରେ ଏକ ସପ୍ତାହ ହେବ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଡାକ ସେବା ଠପ ହେବା ପ୍ରଭାବ ନାଉଗାଁ ବ୍ଲକରେ ଦେଖିବାକୁ ମିଳିଛି । ୈନ୍ୟ ଦିନ ଶହଶହ ଲୋକେ ଡାକଘରକୁ ଆସି ଡାକ ଘର ବିଭିନ୍ନ ସୁବିଧା ଯଥା ରେଜିଷ୍ଟ୍ରି ଚିଠି, ସ୍ପୀଡ୍ ପୋଷ୍ଟ, ବ୍ୟାଙ୍କିଙ୍ଗ ସୁବିଧା, ଅର୍ଥ ଦେଣେ ନେଣେ, ସୁକନ୍ୟା ଯୋଜନା, ଅଟଳ ପେନସନ ଯୋଜନା, ଆଧାର କାର୍ଡ ଗୁରୁତ୍ୱ ପୂର୍ଣ୍ଣ ସେବା ଠପ ହୋଇ ପଡିଛି । ଡାକ ଘର ସେବା ଠପ ହେବା ପ୍ରଭାବ ଅନେକ ସରକାରୀ କାର୍ଯ୍ୟାଳୟ ମଧ୍ୟ ପ୍ରଭାବିତ ହୋଇଛନ୍ତି । ନିକଟରେ ରାକ୍ଷୀ ପୂର୍ଣ୍ଣିମା ପାଇଁ ଭଉଣୀ ମାନେ ଡାକ ମାଧ୍ୟମରେ ରାକ୍ଷୀ ପଠାଇବା ଏବଂ ଭାଇ ମାନେ ଭଉଣୀ ମାନଙ୍କ ପାଇଁ ଉପହାର ପଠାଇ ପାରୁନାହାନ୍ତି । ମହାବିଦ୍ୟାଳୟ ମାନଙ୍କରେ ପରୀକ୍ଷା ଖାତା ଓ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଦେଣେନେଣେ ହୋଇ ପାରୁନାହିଁ । ବିଭିନ୍ନ ଫର୍ମ ପଠାଇବାରେ ଛାତ୍ରଛାତ୍ରୀମାନେ ଓ ଯୁବକ ଚିନ୍ତିତ ଅବସ୍ଥାରେ ଅଛନ୍ତି । ଡାକଘର ବ୍ୟାଙ୍କିଙ୍ଗ କାର୍ଯ୍ୟ ପାଇଁ ବୃଦ୍ଧା, ମହିଳା, ପେନ୍ସନ୍ ଧାରୀ ସୁକନ୍ୟା ଯୋଜନା, ପେନସନ ଯୋଜନା ସୁବିଧା ହିତାଧିକାରୀ ସିଧା ସଳଖ ପ୍ରଭାବିତ ହୋଇଛନ୍ତି । ନାଉଗାଁ ଉପ ଡାକ ଘର ଅଧୀନରେ ୧୧ଟି ଶାଖା ଡାକ ଘର ମଧ୍ୟ ସେବା ଠପ ହୋଇ ପଡିଛି । ଏହି ସବୁ ଡାକ ଘେରରେ ବ୍ୟକ୍ତିଗତ ଓ ସରକାରୀ ଚିଠିପତ୍ର, ବୃତ୍ତି ଅନୁଦାନ ଅନୁରୋଧ, ପରୀକ୍ଷା ଫରମ ଓ ଅନେକ ଆବଶ୍ୟକ ଦସ୍ତାବେଜ ପଠାଇବା ବନ୍ଦ ହୋଇଯାଇଛି । ଏଥି ମଧ୍ୟରେ ସ୍ଥାନୀୟ ଜନସାଧାରଣଙ୍କ ଦାବି କରି ଡାକ ସେବାକୁ ତୁରନ୍ତ ପୁନଃଚାଳନ କରିବାକୁ ଦାବି କରିଛନ୍ତି ।