୨୫୮ ଗାଡ଼ିକୁ ବ୍ଲାକ ଲିଷ୍ଟ କଲା ପରିବହନ ବିଭାଗ

ଭୁବନେଶ୍ୱର : ଟ୍ରାଫିକ ବିଭାଗର ନୂଆ ନିୟମ । ଏକାଧିକ ଜୋରିମନା ଥିଲେ ରାସ୍ତାରେ ଗଡ଼ିବନି ଗାଡ଼ି । ଏନେଇ ଟ୍ରାଫିକ ବିଭାଗକୁ ପରିବହନ ବିଭାଗ ଚିଠି ଲେଖି ଜଣାଇଛି । ଏପର୍ଯ୍ୟନ୍ତ ୨୫୮ଟି ଗାଡ଼ି ମାଲିକ ସେମାନଙ୍କ ଗାଡ଼ିର ଜୋରିମନା ପୈଠ କରିନାହଁନ୍ତି । ଏହି ସବୁ ଗାଡ଼ିକୁ ବ୍ଲାକ ଲିଷ୍ଟ କରିଛି ପରିବହନ ବିଭାଗ । ଚାଲାଣର ୯୦ ଦିନ ଭିତରେ ଜୋରିମନା ପୈଠ କରିବା ପାଇଁ ଲାଗୁ ହେଲା ନୂଆ ନିୟମ । ନଦେଲେ ଗାଡ଼ି ରେଜିଷ୍ଟେସନକୁ ରଦ୍ଦ କରାଯିବ ବୋଲି ପରିବହନ ବିଭାଗ ସୂଚନା ଦେଇଛି ।