ସବୁଜ ଶାଖାର ବଜାର ସଫେଇ 


ାା ପ୍ରଭାନୁ୍ୟଜ୍ ।ା କାକଟପୁର,  : ଅସ୍ତରଙ୍ଗ ସ୍ୱଚ୍ଛାସେବୀ ସଂଗଠନ ସବୁଜ ଶାଖାର ସଭ୍ୟମାନଙ୍କ ଦ୍ୱାରା ମାସ ଶେଷ ଗୁରବାର ଦିନ ଅସ୍ତରଙ୍ଗ ବସଷ୍ଟାଣ୍ଡ ତାରିଣୀ ମନ୍ଦିରଠାରୁ ମୁଖ୍ୟ ବଜାର ହାଟ ପିଣ୍ଡି, ମେଡିକାଲ ଛକ ଗ୍ରାମରେ ଥିବା ମହାବୀର ମନ୍ଦିର ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା  । ସବୁଜ ଶାଖାର ପ୍ରତିଷ୍ଠାତା ତଥା ସମାଜସେବୀ ଦିବାକର ଛାଟୋଇଙ୍କ ପରିଚାଳନାରେ ଏହି ସଫେଇ କାର୍ଯ୍ୟକ୍ରମରେ ରମାକାନ୍ତ, ହୃଷିକେଶ, କେଳୁ ଚରଣ, ଲିଟୁ, ଦୁର୍ଗା, ଟୁଇନ, ବାଇନ, ପ୍ରଶନ୍ନ, ବାପି, ମାଗା, ଈଶ୍ୱର, ସନ୍ତୁ, କାଳୁ, ରାଜୁ, ଜୟରାମ, ସୋନୁ, ରାଜକିଶୋର, ଯୁଗଳ, କାଳିଆ, ଚନ୍ଦୁ, ଟାଣ୍ଟୁଲ, ଶିବୁନା, ବାନା, ବେନୁଆ, ଚଗଲି, ଟୁଲୁ, ପପୁନା, ଲଷ୍ମୀଧର, ଦିପୁ, ସୁଜନ, ଶିବା, ସିଦେ୍ଧଶ୍ୱର, ବିଶିଆ, ଚୈତନ୍ୟ, ମଢିଆ, ମନୋଜ, ଧୂସା ବାବା ସତ୍ୟବ୍ରତ ମୁନା ଅଶୋକ ପ୍ରମୁଖ ସଭ୍ୟମାନେ ସାମିଲ ଥିଲେ  । ମାସର ଶେଷ ଗୁରୁବାର ଦିନ ବଜାର ବନ୍ଦ ରହୁଥିବାରୁ ସବୁଜ ଶାଖା ତରଫରୁ ଏହି ନିଆରା ପ୍ରୟାସ ସଫେଇ କାର୍ଯ୍ୟକ୍ରମ କରାଯାଏ ଏବଂ ଅସ୍ତରଙ୍ଗ ଗ୍ରାମ ତଥା ଆଖପାଖ ଅଞ୍ଚଳର ବିଭିନ୍ନ ଅସହାୟ, ଗରିବ, ଦୁଃଖୀ ଦରିଦ୍ରଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଉଥିବା ବେଳେ ଏ ପର୍ଯ୍ୟନ୍ତ ଏକ ଶହରୁ ମୃତ ବ୍ୟକ୍ତିଙ୍କର ଶବ ସଂସ୍କାର ଶାଖା ପକ୍ଷରୁ କରାଯିବା ସହ ତାଙ୍କର ଏକାଦଶାହ ଦିବସରେ ଆର୍ଥିକ ସାହାଯ୍ୟ ଓ ସମସ୍ତ ସେବା ଯୋଗାଇ ଥାନ୍ତି  । ଏହି ଶାଖାର ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନସାଧାରଣ ଓ ବୃଦ୍ଧିଜୀବୀମାନେ ପ୍ରଶଂସା କରିଥାନ୍ତି  ।