ସ୍ୱାଧୀନତା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ
ାା ପ୍ରଭାନୁ୍ୟଜ୍ ।ା ଜଗତସିଂହପୁର, : ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ରାଉତ ଆଗାମୀ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସକୁ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକର ନିଷ୍ପତ୍ତି ଅନୁଯାୟୀ ଅଗଷ୍ଟ ୧୫ ତାରିଖ ଦିନ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ସକାଳ ୭.୩୦ ମିନିଟ୍ ଓ ଜିଲ୍ଲାସ୍ତରୀୟ ପତାକା ଉତ୍ତୋଳନ ପୂର୍ବାହ୍ନ ୯.୧୫ ମିନିଟ୍ରେ ଅନୁଷ୍ଠିତ ହେବ । ପ୍ରତ୍ୟେକ କାର୍ଯ୍ୟାଳୟରେ ନୂତନ ପତାକା ବ୍ୟବହାର କରି ପତାକା ଉତ୍ତୋଳନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଅଗଷ୍ଟ ୧୧, ୧୨ ଓ ୧୩ ତାରିଖ ଦିନ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଅଷ୍ଟମରୁ ଦଶମ ଓ କଲେଜ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ପ୍ରଥମରୁ ୮ମ, ହାଇସ୍କୁଲ ଓ କଲେଜ ସ୍ତରରେ ବକ୍ତୃତା, ଦେଶାତ୍ମକ ବୋଧକ ସଙ୍ଗୀତ ଓ କୁଇଜ୍ ପ୍ରତିଯୋଗିତା ବ୍ଲକ ଓ ପୌର ପରିଷଦ ମଧ୍ୟରେ ଅନୁଷ୍ଠିତ ହେବ । ପ୍ୟାରେଡ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ବିଭିନ୍ନ ବିଦ୍ୟାଳୟ ମଧ୍ୟରେ ପ୍ରତିଯୋଗିତା କରି ୪ଟି ସାଂସ୍କୃତିକ ଦଳକୁ ବାଛିବେ । ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବିଭିନ୍ନ ବିଭାଗ ଓ ପାରାଦ୍ୱୀପର ପ୍ରମୁଖ ଶିଳ୍ପ ସଂସ୍ଥାମାନଙ୍କଦ୍ୱାରା ପ୍ରଜ୍ଞାପନ ମେଢ଼ ପ୍ୟାରେଡ୍ ସମୟରେ ପ୍ରଦର୍ଶିତ ହେବ । ପ୍ୟାରେଡ ପରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ବୃ୍କ୍ଷରୋପଣ କରାଯିବ । ଏହି ବୈଠକରେ ପୌରପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ସିଂ, ଜିଲ୍ଲା ପରିଷଦ ମୁଖ୍ୟ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ, ଉପ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଡ଼ିଏସପି ସତ୍ୟବ୍ରତ ଦାସ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରଶ୍ମିରଂଜନ ସାହୁ, ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ଉମାକାନ୍ତ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ପୌର ପରିଷଦ ନିର୍ବାହୀ ଅଧିକାରୀ କଳ୍ପିତା କୁମାରୀ ଜେନା, ଦିଲ୍ଲୀପ କୁମାର ଜେନା, ବିଶ୍ୱ ବିଜୟିନୀ ପଟ୍ଟନାୟକ, କାମିନୀ ରଞ୍ଜନ ପଟ୍ଟନାୟକ, ପ୍ରତିଚୀ ତନୟା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।