କଟକଣାକୁ ଫୁ... ବିବାହ ଭୋଜି ପାଇଁ ସ୍କୁଲରେ ବନ୍ଧା ହେଲାଣି ଟେଣ୍ଟ
ଯାଜପୁର ଟାଉନ : ଶୈକ୍ଷିକ ବାତାବରଣ ନିମନ୍ତେ ସ୍କୁଲ୍ ଏବଂ ଏହାର ପରିସରକୁ ଅନ୍ୟ କୌଣସି କାର୍ଯ୍ୟକ୍ରମ ନିମନ୍ତେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲିଗଣଶିକ୍ଷା ବିଭାଗ ପକ୍ଷରୁ ନିଦେ୍ର୍ଦଶ ରହିଛି । ପୂର୍ବରୁ ସ୍କୁଲ ପରିସରରେ ବିଭିନ୍ନ ଉସôବ-ମହୋସôବ, ବିବାହ-ବ୍ରତ କିମ୍ବା ଏକାଦଶାହ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ଅପେରା ପାର୍ଟିର କଳାକାରମାନଙ୍କ ପାଇଁ ସାମୟୀକ ବାସସ୍ଥାନ ଭାବେ ଯୋଗାଇ ଦିଆଯାଉଥିଲା । ଏଥିସହ ବେଳେ ବେଳେ ସଂକୀର୍ତନ ସହ ରାଜନୈତିକ ସଭାସମିତି ପାଇଁ ସ୍କୁୁଲକୁ ବ୍ୟବହାର କରାଯାଉଥିଲା । ଯାହା ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ଏକ ସମସ୍ୟା ସୃଷ୍ଟି କରୁଥିଲା । ଏହାକୁ ଦୃଷ୍ଟିରେ ରଖି ତକôାଳୀନ ବିଭାଗୀୟ ସଚିବ ଶୈକ୍ଷିକ କାର୍ଯ୍ୟକ୍ରମ ବ୍ୟତିତ ଏକ ନିଦେ୍ର୍ଦଶନାମା ଜାରି କରି ସ୍କୁଲରେ କୈାଣସି ବେସରକାରୀ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଯାହା ଆଜି ପର୍ଯ୍ୟନ୍ତ ବଳବତର ରହିଛି । କିନ୍ତୁ ଯାଜପୁର ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟର ଅନତି ଦୂର ଏବଂ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଯାଜପୁର ବ୍ଲକ ଶିକ୍ଷାଧିକାରୀଙ୍କ ନିକଟସ୍ଥ ବିଚିତ୍ରପୁର ଗ୍ରାମ ପଞ୍ଚÿାୟତ ବାଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆସନ୍ତା ୨୫ ତାରିଖ ଦିନ ଏକ ବିବାହ ଭୋଜି ନିମନ୍ତେ ଟେଣ୍ଟ ବନ୍ଧା ହେଲାଣି । ଏନେଇ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସେମାନେ ଉପରୋକ୍ତ ଏପରି ବେଆଇନ କାର୍ଯ୍ୟକୁ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି । କିନ୍ତୁ ଶିକ୍ଷା ବିଭାଗ ଅଧିକାରୀ ମାନଙ୍କ ନିଦେ୍ର୍ଦଶକୁ କୁଆଡ଼େ ବିଦ୍ୟାଳୟ କର୍ତୃପକ୍ଷ ଗ୍ରହଣ କରିବାକୁ ନାରାଜ । ସ୍କୁଲ କର୍ତ୍ତୃପକ୍ଷଙ୍କ ଯୁକ୍ତି ଯେ ସ୍କୁଲ ପରିଚାଳନା କମିଟି ଚାହିଁଲେ ଏହାର ପରିସରରେ ଭୋଜିଭାତ ଠାରୁ ଆରମ୍ଭ କରି ନାଟ ତାମସା ସବୁ କିଛି ହୋଇ ପାରିବ । ସ୍କୁଲ ପରିଚାଳନା କମିଟି ଠାରୁ ଶିକ୍ଷା ବିଭାଗ କି ଜିଲ୍ଲା ପ୍ରଶାସନ ବଡ଼ ନୁହେଁ ବୋଲି ସ୍କୁଲ କର୍ତ୍ତୃପକ୍ଷ କୁଆଡ଼େ ଯୁକ୍ତି ରଖୁଛନ୍ତି । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ କିଛି ବୁଦ୍ଧିଜୀବୀ ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।