ସମନ୍ୱୟ ଦାୟିତ୍ୱରେ ୨୧ ନେତା : ଆଉ ୧୩ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ
ଭୁବନେଶ୍ୱର/ନୂଆପଡା : ନୂଆପଡ଼ା ଉପନିର୍ବାଚନରେ ବିଭିନ୍ନ କ୍ଷେତ୍ରୀୟ ସଂଗଠନର ସମନ୍ୱୟ ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ୨୧ ଜଣିଆ କମିଟି ଗଠନ କରିଛନ୍ତି । ସେହିପରି ନୂଆପଡ଼ା ଉପନିର୍ବାଚନ ପରିଚାଳନା ପାଇଁ ଆଜି ଦଳ ଆଉ ୧୩ ନେତାଙ୍କୁ ଦାୟିତ୍ୱ ବାଣ୍ଟିଛି । ବିଜେଡ଼ିର ନବଗଠିତ ନୂଆପଡ଼ା ସମନ୍ୱୟ କମିଟିରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ବିଶି, ଟୁକୁନି ସାହୁ, ସୁବାସ ସିଂ, ରମେଶ ମାଝୀ, ଲତିକା ପ୍ରଧାନ, ପ୍ରକାଶ ମାଝୀ, ଅଳକା ମହାନ୍ତି, ଡଲି ମାଝୀ, ମହମ୍ମଦ ଆଦାମ, ନିଜାମୁଦ୍ଦିନ, ପ୍ରଫୁଲ୍ଲ ସିଂ, ଭାନୁପ୍ରତାପ ସିଂ ମାଝୀ, ସଂଜିତ ମହାନ୍ତି, ଗିରିରାଜ ସିଂ ମାଝୀ, ଗୌରିହରି ମିଶ୍ର, ଭୀଷ୍ମଦେବ ସରାଫ, ରାଜୁ ଘିବେଲା, ନନ୍ଦଲାଲ ସିଂ, ଜାପାନ ମହାପାତ୍ର ଓ ପ୍ରବୀର ମହାନ୍ତି ରହିଛନ୍ତି । ବିଜେଡ଼ିର ସୂଚନା ଅନୁଯାୟୀ, ନୂଆପଡ଼ା ବ୍ଳକ ପାଇଁ ସୁଧିର ସାମଲ, ଶ୍ରୀକାନ୍ତ ସାହୁ, ମୁକେଶ କୁମାର ପାଲ୍, ପ୍ରଦୀପ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ମନ୍ମଥ ରାଉତରାୟ ଓ ଡକ୍ଟର ଦେବାଶିଷ ମାରାଣ୍ଡିଙ୍କୁ ଦାୟିତ୍ୱ ଦିଆଯାଇଛି । ଅପରପକ୍ଷରେ କୋମନା ବ୍ଳକ ପାଇଁ ପ୍ରଣବ କୁମାର ବଳବନ୍ତରାୟ, ସଂଜୀବ କୁମାର ମଲ୍ଲିକ, ମାଧବ ଧଡ଼ା ଓ ଖରିଆର ରୋଡ଼ ଏନଏସି ନିମନ୍ତେ ଗଣେଶ୍ୱର ବେହେରା, ଅନନ୍ତ ନାରାୟଣ ଜେନା ଓ ରାଜେନ୍ଦ୍ର ସାହୁଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦାୟିତ୍ୱ ଦେଇଛନ୍ତି ।