ସମବାୟ ବିଭାଗ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ବିଶୋଇ : ଆନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ ଅବସରରେ ବିଶୋଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶୋଇ ଲ୍ୟାମ୍ପ୍ ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ସମବାୟ ବିଭାଗ ଅଧିକାରୀ, କର୍ମଚାରୀ ସାମିଲ ହୋଇଛନ୍ତି । ଅତିଥି ଭାବେ ଅଧିକାରୀ ଲକ୍ଷ୍ମୀଧର ରାଉତ, ମନୋରଞ୍ଜନ ବେହେରା ଯୋଗ ଦେଇଥିଲେ । ଏହା ସ୍ୱଚ୍ଛତା ଅଭିଯାନରେ ବିଶୋଇ ଲ୍ୟାମ୍ପ ପରିଚାଳନା ନିଦେ୍ର୍ଦଶକ ତାପସ ରଞ୍ଜନ ଧିରଙ୍କ ନେତୃତ୍ୱରେ ମଣଦା ଲ୍ୟାମ୍ପ ପରିଚାଳନା ନିଦେ୍ର୍ଦଶକ ଦୀପକ ରଞ୍ଜନ କାରୁଆ, ବିଜାତଳା ଲ୍ୟାମ୍ପ ପରିଚାଳନା ନିଦେ୍ର୍ଦଶକ ଅନିରୁଦ୍ଧ ଗିରି, ବଡାମତଳିଆ ଲ୍ୟାମ୍ପ୍ ପରିଚାଳନା ନିଦେ୍ର୍ଦଶକ ତାପସ ରଞ୍ଜନ ବାରିକ, ସୂର୍ଯ୍ୟକାନ୍ତ ମହାକୁଡ଼, ସୁଜିତ୍ ସେଠୀ, ସତ୍ୟବ୍ରତ ଗିରି, ଭାଗିରଥି ମୁର୍ମୁ, ରଞ୍ଜିତ ମୁର୍ମୁ, ଗଗନ ବିହାରୀ ସି, ରଜତ କୁମାର ମହାନ୍ତ ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଝାଡୁ ମାରି ସଫା କରିଥିଲେ ।