ପୋତି ହୋଇଗଲାଣି ଡ୍ରେନ୍, ଘରେ ପଶୁଛି ନର୍ଦ୍ଦମା ପାଣି

ାା ପ୍ରଭା ନୁ୍ୟଜ ।ା ତାଳଚେର :  ତାଳଚେର ପୌରାଞ୍ଚଳରେ ଉପଯୁକ୍ତ ଭାବେ ନଳା ସଫେଇ ହେଉନଥିବାରୁ ଘର ସମ୍ମୁଖ ନଳା ପୋତାପୁରି ଗଲାଣି ଏବଂ ପ୍ରତ୍ୟେକ ଘରର ଆବର୍ଜନ ପାଣି ଜମା ହୋଇ ରହୁଛି ବୋଲି ୪ନମ୍ବର ୱାର୍ଡ଼ର ବସ୍ତିବାସୀନ୍ଦାମାନେ ଅଭିଯୋଗ କରୁଛନ୍ତି । 
ପ୍ରକାଶ ଯେ, ପୌରପରିଷଦ କାର୍ଯ୍ୟାଳୟ ଠାରୁ ମାତ୍ର ୫୦ମିଟର ଦୂର ହେବ ୪ନମ୍ବର ୱାର୍ଡ଼ ଅବସ୍ଥିତ । ମୁ୍ୟନିସ୍ପାଲିଟି କାର୍ଯ୍ୟାଳୟର ସମ୍ମୁଖରେ ଥିବା ସାହି ଡ୍ରେନ୍ ସଠିକ୍ ଭାବେ ସଫେଇ ଓ ବାଲି, ମାଟିରେ ପୋତା ପୁରି ଯାଇଥିବାରୁ ସାମାନ୍ୟ ବର୍ଷା ହେଲେ ଡ୍ରେନ୍ର ନର୍ଦ୍ଦମା ପାଣି ଘର ଭିତରକୁ ପ୍ରବେଶ କରୁଛି ବୋଲି ବସ୍ତିବାସିନ୍ଦାମାନେ ଏ ସମ୍ପର୍କରେ ବାରମ୍ବାର ପୌର କର୍ମଚାରୀଙ୍କୁ ଜଣାଇଥିଲେ ସୁଦ୍ଧା କେହି ହେଲେ କର୍ଣ୍ଣପାତ କରୁନଥିବା ଏକ ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି । ବସ୍ତିବାସିନ୍ଦାଙ୍କ କହିବା ମୁତାବକ ଗତ ତିନି ଚାରିଦିନ ହେବ ତାଳଚେରରେ ଲଘୁଚାପ ଜନିତ ପ୍ରଚୁର ବର୍ଷା ହେବା ଫଳରେ ଘର ସମ୍ମୁଖ ଡ୍ରେନ୍ର ପାଣିଭର୍ତ୍ତି ହୋଇଯାଇଥିଲା । ଏବଂ ନର୍ଦ୍ଦମା ପାଣି ଘର ଭିତରକୁ ପ୍ରବେଶ କରିଥିଲା । ଯାହାକୁ ନେଇ ଘରର ଭିତର ପରିସର କାଦୁଅ, ପୋକ, ଯୋକ ଓ ଅଳିଆଆବର୍ଜନା ନର୍ଦ୍ଦମା ଜଳ ଦୁର୍ଗନ୍ଧ ହୋଇ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥିଲା । ଏ ପ୍ରକାର ପରିବେଶରେ ଲୋକେ ଚଳିଲେ ସ୍ୱାସ୍ଥ୍ୟପକ୍ଷେ କି ପ୍ରଭାବ ପଡ଼ିବ ଓ ବିଭିନ୍ନ ମାରାତ୍ମକ ରୋଗକୁ ନିମନ୍ତ୍ରଣ କଲାଭଳି ଅବସ୍ଥା ଦେଖାଦେବ ବୋଲି ସ୍ଥାନୀୟ ବାସିନ୍ଦାଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଦୁଇ ଚାରି ଦିନ ବିତିଯାଇଥିଲେ ହେଁ ୱାର୍ଡ଼ ବସ୍ତିବାସିନ୍ଦାଙ୍କ ସମସ୍ୟା ଏ ପର୍ଯ୍ୟନ୍ତ ଦୂର ହୋଇପାରିଲା ନାହିଁ କି, ଡ୍ରେନ ସଫେଇ କାର୍ଯ୍ୟ କରାଯାଇପାରିଲା ନାହିଁ । ତେବେ ଏହାକୁ ନେଇ ପୌରପରିଷଦର ତଳ କର୍ମଚାରୀ ଠାରୁ ଆରମ୍ଭ କରି ଉପର କର୍ମଚାରୀଙ୍କ ପର୍ଯ୍ୟନ୍ତ, ଲୋକଙ୍କ ସମସ୍ୟାାକୁ ନେଇ କେତେ ତତ୍ପରତା ଏଥିରୁ ସ୍ପଷ୍ଟବାରି ହୋଇପଡୁଛି । ତେଣୁ ତୁରନ୍ତ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ୱାର୍ଡ଼ବାସୀମାନେ ଦାବି କରିଛନ୍ତି ।