ସମବାୟ ସମିତି ସମ୍ପାଦକ ବିରୁଦ୍ଧରେ ଅନଶନ ଜାରି
ାା ପ୍ରଭାନୁ୍ୟଜ୍ ।ା ରାଜକନିକା : ରାଜକନିକା ବ୍ଲକ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିକଟରେ ବରୁଣା ସମବାୟ ସମିତି ସମ୍ପାଦକଙ୍କ ଦୁର୍ନୀତି ବିରୁଦ୍ଧରେ ଚାଷୀଙ୍କ ଆମରଣ ଅନସନ ଆଜି ୫ମ ଦିନରେ ଜାରି ରହିଥିବା ବେଳେ ଅନଶନ ସ୍ଥଳରେ କେନ୍ଦ୍ରାପଡ଼ା ଜିଲ୍ଲା ସମବାୟ ଉପ ନିବନ୍ଧକ ଅନନ୍ତ କୁନାର ସାମଲ, ଏଆରସିଏସ ଯୋଗେନ୍ଦ୍ର ନାଥ ବିଶ୍ୱାଳ, ଇନୁ୍ୟକାରୀ ଅଫିସର ମାର୍ଶାଘାଇ ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଦୁର୍ଗା ମାଧବ ନନ୍ଦ ପହଞ୍ଚô ଅନଶନରତ ଚାଷୀମାନଙ୍କୁ ବୁଝାସୁଝା କରି ବିଫଳ ହେବାପରେ ନିରାଶ ହୋଇ ଫେରିଯାଇଥିବା ଦେଖିବାକୁ ମିଳିଛି । ଚାଷୀମାନେ ତାଙ୍କ ଜିଦରେ ଅଟଳ ରହିଥିବା ବେଳେ ଗତ ୫ ଦିନ ମଧ୍ୟରେ ତିନି ତିନିଥର ସମବାୟ ଅଧିକାରୀ ଓ ରାଜକନିକା ବିଡ଼ିଓ, ତହସିଲଦାର ଅନସନ ସ୍ଥଳକୁ ଆସି ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି । ସମବାୟ ସମିତି ସମ୍ପାଦକଙ୍କ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନହେବାଯାଏ ଏହି ଆମରଣ ଅନସନ ଜାରି ରହିବ ବୋଲି ଚାଷୀମାନେ କହିଛନ୍ତି ।