ରାଜ୍ୟପାଳ ପୁରସ୍କୃତ ଭୋଳାନାଥଙ୍କ ଶ୍ରଦ୍ଧାଞ୍ଜଳି
ପଟ୍ଟାମୁଣ୍ଡାଇ: ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଭୋଳାନାଥ ବିଶ୍ୱାଳଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପାଳ ଠାରେ ଅନୁଷ୍ଠିତ ହୋଇଯାଇଛି । ଧୋୟାଞ୍ଚଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ରାଜ କୁମାର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାକ୍ତନ ବ୍ଲକ ଏବିଇଓ ସନାତନ ତରାଇ, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ନାରଦ ବିଶ୍ୱାଳ, ପେଣ୍ଠପାଳ ସମିତି ସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ, ସମବାୟ ସମିତି ସଭାପତି ଧନେଶ୍ୱର ପ୍ରଧାନ, କାର୍ତ୍ତିକ ରାଉତ, କେଦାର ବିଶ୍ୱାଳ, ସୁରେଶ ନାୟକ, ନାରାୟଣ ବିଶ୍ୱାଳ, ବିପିନ ବର୍ମା, କଣ୍ଠଶିଳ୍ପୀ ସୁଧାଂଶୁ ଦାସ ଓ ବସନ୍ତ ବିଶ୍ୱାଳ ପ୍ରମୁଖ ବହୁ ବ୍ୟକ୍ତି ଯୋଗଦେଇ ଧୋୟାଞ୍ଚଳର ଏକମାତ୍ର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଭାବେ ଦିବଂଗତ ଭୋଳାନାଥ ବିଶ୍ୱାଳ ଶିକ୍ଷାକ୍ଷେତ୍ରରେ ଦେଇଥିବା ବଳିଷ୍ଠ ଅବଦାନ ପାଇଁ ଚିରକାଳ ଅବିସ୍ମରଣୀୟ ହୋଇରହିବେ ବୋଲି ମତପ୍ରକାଶ କରି ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏଇ ଅବସରରେ ଦିବଂଗତ ଆତ୍ମାର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ମୃତୁ୍ୟଞ୍ଜୟ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଲୋକନାଥ ବିଶ୍ୱାଳ, ସଞ୍ଜୀବ ବିଶ୍ୱାଳ ଓ ମାୟାଧର ବିଶ୍ୱାଳ ପରିଚାଳନା କରିଥିଲେ ।