ଜେଏସ୍ଡବ୍ଲୁ୍ୟ ବିପିଏସ୍ଏଲ୍ ମହିଳା କ୍ଲବ୍ରେ ସାମୂହିକ ବିବାହ
ସମ୍ବଲପୁର: ଜିଲ୍ଲାର ଠେଲ୍କୁଲି ସ୍ଥିତ ଜେଏସ୍ଡବ୍ଲୁ୍ୟ ବିପିଏସ୍ଏଲ୍ ଆକାଂକ୍ଷା ମହିଳା କ୍ଲବ୍ ଦ୍ୱାରା ଏକ ସାମୂହିକ ବିବାହ ସମାରୋହର ଆୟୋଜନ କରାଯାଇଥିଲା । ବିପିଏସ୍ଏଲ୍ ଟାଉନ୍ସିପ୍ରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ୨୦ ଜଣ ଯୁବକ-ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କ୍ଲବ୍ର ଅଧ୍ୟକ୍ଷା ନିଳମ୍ ସିଂଙ୍କ ଉଦ୍ୟମକ୍ରମେ ଏହି ବିବାହରେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳ ସମ୍ପ୍ରଦାୟର ଦମ୍ପତ୍ତିମାନଙ୍କୁ ସାମିଲ୍ କରାଯାଇଥିଲା । ଅସହାୟ ଭିତ୍ତିଭୂମିରୁ ଆସିଥିବା ସଂପୃକ୍ତ ପରିବାରମାନେ ଏଥିପାଇଁ ଆକାଂକ୍ଷା ମହିଳା କ୍ଲବ୍ର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏକତା ଓ ସଂହତିର ଏହି ବିବାହ ବନ୍ଧନ ସମାରୋହରେ ଟାଉନ୍ସିପ୍, ସ୍ଥାନୀୟ ଗ୍ରାମପଞ୍ଚାୟତ ଓ ଗାଁମାନଙ୍କରୁ ୫ଶହରୁ ଉଦ୍ଧ୍ୱର୍ ବ୍ୟକ୍ତି ସାମିଲ ହୋଇ ନବ ଦମ୍ପତ୍ତିମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । କ୍ଲବ୍ ପକ୍ଷରୁ ବୁଣାକାରମାନଙ୍କୁ ସହାୟତା, ବଂଚିତବର୍ଗର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଆସୁଛି । ଏଥିନେଇ ଲୋକଙ୍କ ପକ୍ଷରୁ ସାଧୁବାଦ ଜଣାଯାଇଛି ।