ଶିଶୁ ଶ୍ରମିକ ଉଦ୍ଧାର


ାା ପ୍ରଭାନୁ୍ୟଜ୍ ।ା ବାଲିଅନ୍ତା : ବାଳକାଟି ଫାଣ୍ଡି ସାଇଫୋନ ଛକ ନିକଟରେ ଥିବା ଏକ ଜଳଖିଆ ଦୋକାନରେ କାମ କରୁଥିବା ବେଳେ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ଚାଇଲଡ ହେଲ୍ପଲାଇନ ସଦସ୍ୟ ବା ଶିଶୁ କଲ୍ୟାଣ ସମିତି  । ସ୍ୱଛାସେବୀ ସଂଗଠନ ଓ ପୁଲିସ କର୍ମୀଙ୍କ ମିଳିତ ଚଢାଉ ପରେ ଉଦ୍ଧାର ହୋଇଛି ଉକ୍ତ ଶିଶୁ  । ପିଲାଟି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଞ୍ଚଳର ଜଣେ ଗରିବ ଶ୍ରମିକ ପରିବାରରୁ ଚାଲାଣ ହୋଇ ବାଲିଅନ୍ତା ଅଞ୍ଚଳରେ କାମରେ ନିଯୁକ୍ତି କରାଯାଇଥିଲା । ପିଲାକୁ ପଚରାଉଚରା ପରେ ଜଣାଯାଇଛି ଯେ ତାର ବାପା ମା' ଦୁଇ ଜଣ ଯାକ ବାଲିଅନ୍ତା ଅଞ୍ଚଳରେ ଏକ ଇଟା ଭାଟିରେ ଶ୍ରମିକ ଭାବେ କାମ କରନ୍ତି । ଶିଶୁ ଶ୍ରମିକଟି ଉଦ୍ଧାର ପରେ ତାକୁ ଖୋର୍ଦ୍ଧା ଶିଶୁ କଲ୍ୟାଣ ସମିତିରେ ଉପସ୍ଥିତ କରାଯାଇ ଭୈରବୀ କ୍ଳବ୍ ଓପନ ସେଲଟରରେ କାଉନସେଲିଂ ନିମନ୍ତେ ରଖାଯାଇଛି ।