ସମବାୟ ସମ୍ପାଦକଙ୍କୁ ଘେରିଲେ ; ସାର ବସ୍ତା ବୋହିନେଲେ

ଦିଗପହଣ୍ଡି : ସାର ପାଇଁ ଚାଷୀ ହନ୍ତସନ୍ତ । ଦିଗପହଣ୍ଡିରେ ପୁଲିସ ଉପସ୍ଥିତିରେ ଚାଷୀମାନେ ସାର ବସ୍ତା ବୋହି ନେଇଛନ୍ତି । ମଉଳାଭଣଜା ସେବା ସମବାୟ ସମିତିରୁ ଦେଖିବାକୁ ମିଳିଛି ଏପରି ସ୍ଥିତି । ସୂଚନା ଅନୁସାରେ, ମଙ୍ଗଳବାର ସାର ପାଇଁ ମଉଳାଭଣଜା ସେବା ସମବାୟ ସମିତିରେ ଚାଷୀ ମାନଙ୍କର ଲାଗିଥିଲା ଲମ୍ବା ଲାଇନ । ହେଲେ କିଛି ଚାଷୀମାନେ ସମବାୟ ସମ୍ପାଦକଙ୍କୁ ଘେରି ସାର ବସ୍ତା ସବୁ ବୋହି ନେଇଛନ୍ତି ।