ସମସ୍ୟାଘେରରେ ରାଣୀପଙ୍ଗା ଅଙ୍ଗନବାଡ଼ି କେନ୍ଦ୍ର

  କନ୍ଧମାଳ:  କନ୍ଧମାଳ ଜିଲ୍ଲା ଦୁର୍ଗମ ଅଞ୍ଚଳର କୋଟଗଡ ବ୍ଲକ ଅନ୍ତର୍ଗତ ଜଙ୍ଗଲ, ପାହାଡ଼ ଘେରରେ ରହିଥିବା ରାଣୀପଙ୍ଗା ପଞ୍ଚାୟତର ଅଙ୍ଗନବାଡି କେନ୍ଦ୍ର ନାନାଦି ସମସ୍ୟା ଘେରରେ ରହିଛି । ୨୦୦୯ମସିହାରେ ସ୍ଥାପିତ ହୋଇଥିବା ଏହି ଅଙ୍ଗନବାଡି କେନ୍ଦ୍ରରେ ଏବେ ୫୮ ଜଣ ଶିଶୁ ପାଠ ପଢୁଛନ୍ତି । କିନ୍ତୁ ପରିତାପର ବିଷୟ ଯେ ଏତେ ପୁରୁଣା ଅଙ୍ଗନବାଡ଼ି କେନ୍ଦ୍ର ବହୁ ସମସ୍ୟା ଦେଇ ଗତି କରୁଛି । ଅଙ୍ଗନବାଡି କେନ୍ଦ୍ରର ମୁଖ୍ୟ ଫାଟକ ନଥିବାବେଳେ ଗୃହ ଅବସ୍ଥା ଶୋଚନୀୟ ହୋଇ ପଡିଛି । ଛାତର ଆବସ୍ଥା ଦୁର୍ବଳ ହେତୁ ବର୍ଷା ଦିନେ ପାଣି ଗଳୁଛି । ଏପରିକି କାନ୍ଥରୁ ସିମେଣ୍ଟ ଖଣ୍ଡଖଣ୍ଡ ହୋଇ ପଡୁଛି । ଯାହାଫଳରେ କୋମଳମତି ଶିଶୁଙ୍କ ଜୀବନ ବିପଦସଂକୁଳ ଅବସ୍ଥାରେ ରହିଛି । ଏପରିକି କେନ୍ଦ୍ରରେ ବିଦୁ୍ୟତ୍ ଆଲୋକ ବ୍ୟବସ୍ଥା ନଥିବାବେଳେ ପିଲାଙ୍କୁ ଖାଇବାକୁ ଦେବା ପାଇଁ କୌଣସି ରୋଷେଇ ଗୃହ ନାହିଁ । ଯାହାଦ୍ୱାରା ଅଙ୍ଗନବାଡି କର୍ମୀ ନିରୁପମା ପ୍ରଧାନ ବିପଦ ସଂକୁଳ ଅବସ୍ଥାରେ ପିଲାମାନଙ୍କୁ ବାରଣ୍ଡାରେ ବସାଇ ପାଠ ପଢ଼ÿାଉଛନ୍ତି । ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ମାନଙ୍କୁ ଶିକ୍ଷା ଦିଆଯାଉଥିବା ବେଳେ ଏଭଳିଆ ଅବ୍ୟବସ୍ଥାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଶିଶୁଙ୍କ ବିକାଶ ନାଁରେ ସରକାର ଅନେକ ଅର୍ଥ ଯୋଗାଇ ଦେଉଥିବାବେଳେ ଏହି କେନ୍ଦ୍ରର ଅବ୍ୟବସ୍ଥା ବିଷୟରେ ଅଜ୍ଞ ତାହା ସ୍ପଷ୍ଟ ବାରି ହେଉଛ ବୋଲି କହିଛନ୍ତି  ଗ୍ରାମବାସ । କୁନିକୁନି ଶିଶୁଙ୍କ ଅଭିଭାବକ କହିବା ଅନୁଯାୟୀ, ତୁରନ୍ତ ନୂତନ ଅଙ୍ଗନବାଡି ଗୃହ କରାଯାଉ ନଚେତ ଆଗାମୀ ଦିନରେ କେନ୍ଦ୍ର ତାଲା ପକାଇବୁ ବୋଲି କହିଛନ୍ତି ଗ୍ରାମବାସୀ । ଉକ୍ତ ସମସ୍ୟା ବିଷୟ ନେଇ କୋଟଗଡ ସିଡିପିଓ ଶ୍ରୀମତୀ ହରଲକ୍ଷ୍ମୀ ପୂଜାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାଣୀପଙ୍ଗା ଅଙ୍ଗନବାଡି କେନ୍ଦ୍ର ସମସ୍ୟା ନେଇ ସେ ବିଡିଓଙ୍କ ସହ ଆଲଚନା କରିଛନ୍ତି । ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।