ଭ୍ୟାନ୍ ଧକ୍କାରେ ୨ ମୃତ

 ଫୁଲବାଣୀ  : ପଣସ ବୋଝେଇ ପିକଅପ୍ ଭ୍ୟାନ ଧକ୍କାରେ ବାପା ପୁଅଙ୍କ ମୃତ । ବାଲିଗୁଡ଼ା ଥାନା ଅର୍ନ୍ତଗତ ରୁତୁଙ୍ଗିଆ ପଞ୍ଚାୟତର ସିରିସପାଙ୍ଗା ଗ୍ରାମର ବାପା ହେମ କହଁର ଓ ପୁଅ ନିଳମଣି କହଁର ଖମଲଖୋଲ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ  । ଗତକାଲି ଉଭୟ ବାପା ପୁଅ ନିଜ ମଟରସାଇକେଲରେ ଘରକୁ ଫେରିବା ସମୟରେ ସୁଡ୍ରା ପଞ୍ଚାୟତର ଗାଲିଗୁରା ଗାଁ ନିକଟରେ ଏକ ପଣସ ବୋଝେଇ ପିକଅପ୍ ଭ୍ୟାନ ସହ ମଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା  । ଫଳରେ ବାପା ପୁଅ ଗୁରୁତର ଆହତ ହୋଇଥିଲେ  । ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନକୁ ଅଟକ ରଖିବା ସହ ପୁଲିସକୁ ଜଣାଇଥିଲେ  । ଉଭୟ ଗୁରୁତରଙ୍କୁ ବାଲିଗୁଡ଼ା ମେଡିକାଲକୁ ଚିକିସôା ପାଇଁ ପଠାଇଥିଲେ  । ବାପା ହେମ କହଁରକୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ପୁଅ ନୀଳମଣିକୁ ଅଧିକ ଚିକିସôା ଲାଗି ଫୁଲବାଣୀ ମେଡିକାଲକୁ ପଠାଇଥିଲେ  । କିନ୍ତୁ, ଅଧା ବାଟରେ ନୀଳମଣିଙ୍କର ମୃତୁ୍ୟ ହୋଇଥିଲା  । ଏ ଘଟଣାର ପ୍ରତିବାଦରେ ସୋମବାର ବାଲିଗୁଡ଼ା ଉପଖଣ୍ଡ ମେଡିକାଲ ସମ୍ମୁଖରେ ମୃତକଙ୍କ ସମ୍ପର୍କୀୟ ୫ ଲକ୍ଷ ଦାବି କରି ରାସ୍ତା ଅବରୋଧ କରିଥିଲେ  । ସ୍ଥାନୀୟ ତହସିଲଦାର ଓ ପୁଲିସ ଏବଂ ସମାଜସେବୀ ଡଃ ବିଚିତ୍ରାନନ୍ଦ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବୁଝାସୁଝା କରିବା ସହ କ୍ଷତି ପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ପରେ ରାସ୍ତା ରୋକ ହଟିଥିଲା  ।