ସମସ୍ୟା ସମାଧାନ ଦାବିରେ ଗଣଧାରଣା
ରଗଡ଼ି : କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମାଧାନ ଦାବିରେ ଗଣଧାରଣା ଦିଆଯାଇଛି । ଜିଲ୍ଲା ସୁରକ୍ଷା ସେନା ସଭାପତି ସୁରେନ୍ଦ୍ର ବରାଳଙ୍କ ନେତୃତ୍ୱ ସମାଜସେବୀ ଭୁବନମୋହନ ମହାନ୍ତି, ଲିପୁ ନାୟକ, ପ୍ରହଲ୍ଲାଦ ଦେଓ, ପ୍ରମୋଦ ପାତ୍ର ଓ ନିଗମାନନ୍ଦ ନାଥ, ଅଶୋକ ବୋଇତେଇ, ଚନ୍ଦ୍ରମଣି ବେହେରା, ବାସନ୍ତୀ ନାୟକ, ସାଜିଦ ଅନୱାର ଆଲାମ, ମିନତୀ ଜେନା, ରେଜିଆ ସୁଲତାନ, ସହଦ୍ୱେ ସାହୁ, କ୍ଷୀରୋଦ ରାଉତ, ଆଲୋକ ମୁଦୁଲି, ନିରଞ୍ଜନ ମହାନ୍ତି, ଚୈତନ୍ୟ ମଲ୍ଲିକ, ଅବିନାଶ ସାମଲ, ରମାକାନ୍ତ ବେହେରା, ସନ୍ତୋଷ ମହାନ୍ତି, ତୋଫାନ ଜେନା ଓ ମଧୁସୂଦନ ରାଉତ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ । ବିଶେଷଜ୍ଞ ଡାକ୍ତର, ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟ କର୍ମଚାରୀ, ସୁରକ୍ଷା କର୍ମୀ, ରୋଗୀଙ୍କ ପାଇଁ ଗୃହ ନିର୍ମାଣ ନିମନ୍ତେ ମଞ୍ଜୁର ଅର୍ଥ ବିନିଯୋଗ, ମେଡ଼ିକାଲକୁ ୩୦ଶଯ୍ୟା ଓ ଅଲଟ୍ରାସାଉଣ୍ଡ, ଏକ୍ସରେ ଓ ଇସିଜି ମେସିନ ଉପଲବ୍ଧ ପ୍ରଭୂତି ଦାବି ସଙ୍ଗଠନ ପକ୍ଷରୁ ରଖାଯାଇଛି ।