ଲକ୍ଷ୍ମୀପୁରାଣର ମହତ୍ତ୍ୱ ଶୀର୍ଷକ ଆଲୋଚନାଚକ୍ର
ରାୟଗଡ଼ା: ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ‘ ପଞ୍ଚସଖା ଯୁଗରେ ଲକ୍ଷ୍ମୀପୁରାଣ ର ମହତ୍ତ୍ୱ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ଡଃ. ବବିଲତା ସରାଫଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବରେ ପ୍ରତିମା ପାଣିଗ୍ରାହୀ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ତାଙ୍କ ଅଭିଭାଷଣ ପ୍ରଦାନ କରି ଲକ୍ଷ୍ମୀପୁରାଣର ଐତିହାସିକତା, ପୂଜାବିଧି ଓ ବର୍ତ୍ତମାନର ସମାଜର ଅବସ୍ଥା ସହ ଲକ୍ଷ୍ମୀପୁରାଣର କଥାବସ୍ତୁକୁ ତୁଳନାତ୍ମକ ଢଙ୍ଗରେ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ବିଭାଗୀୟ ମୁଖ୍ୟ ଶ୍ରୀ ଟିକେଶ୍ୱର ମାଝି ଅତିଥିଙ୍କ ପରିଚୟ ପ୍ରଦାନ ସହ ବିଭିନ୍ନ ସାମାଜିକ ସମସ୍ୟାର ସମାଧାନରେ ଲକ୍ଷ୍ମୀପୁରାଣ ର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଆ ବିଭାଗର ଅଧ୍ୟାପିକା ରାଜଲକ୍ଷ୍ମୀ ଦେବୀ, ସୁଶ୍ରୀ ତୃପ୍ତିମୟୀ ଭୋଇ, ସୁଶ୍ରୀ ନମିତା ବେନିଆ ଏବଂ ଛାତ୍ରଛାତ୍ରୀମାନେ ନିଜର ସନ୍ଦର୍ଭ ପାଠ କରିଥିଲେ । ଶେଷରେ ଅଧ୍ୟାପିକା ରାଜଲକ୍ଷ୍ମୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ଅଶ୍ୱିନୀ ଦୀପ, ଅମିତ ରତନାଲୁ, ଅମିନ ହିମିରିକା, ଜଳିତା ମାଝି ସହ ଅନ୍ୟମାନେ ସାହାଯ୍ୟ କରିଥିଲେ ।