ଅନ୍ତର୍ଜାତୀୟ ପରିଦର୍ଶକ ନେତୃତ୍ୱ କାର୍ଯ୍ୟକ୍ରମରେ ଡ.ପ୍ରୀତିଶ


ାା ପ୍ରଭାନୁ୍ୟଜ୍ ।ା ଦଶରଥପୁର,: ଆମେରିକା ବାଣିଜ୍ୟ ନୀତି ମୂଲ୍ୟାଙ୍କନ ପରିପ୍ରେକ୍ଷୀରେ ଆମେରିକା ସରକାରଙ୍କ ପକ୍ଷରୁ ଅନ୍ତଃର୍ଜାତୀୟ ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତର ଏକମାତ୍ର ପ୍ରତିନିଧିଭାବେ ଦଶରଥପୁରର ଡ.ପ୍ରୀତିଶ ସାହୁ ଯୋଗ ଦେଇଛନ୍ତି । ଦଶରଥପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷାବିତ୍ ସ୍ୱର୍ଗତଃ ଶରତ କୁମାରଓ ସନ୍ଧ୍ୟାରାଣୀଙ୍କ ପୁତ୍ର ଡ.ସାହୁ ବର୍ତ୍ତମାନ ଭୁବନେଶ୍ୱର ଇଣ୍ଟରନ୍ୟାସନାଲ ଇନଷ୍ଟିଚୁ୍ୟଟ୍ ଅଫ୍ ମ୍ୟାନେଜ୍ମେଣ୍ଟରେ ଅର୍ଥନୀତି ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି । ଏହି ସମ୍ମାନଜନକ ବୃତ୍ତିଗତ ବିନିମୟ କାର୍ଯ୍ୟକ୍ରମ ପାଇଁ ୧୬ଟି ଦେଶରୁ ଯୋଗଦେଇଥିବା ପ୍ରତିନିଧିମାନଙ୍କର ସମସ୍ତ ଯାତାୟାତ ଖର୍ଚ୍ଚ ଆମେରିକା ସରକାର ବହନ କରୁଛନ୍ତି । କାର୍ଯ୍ୟକ୍ରମରେ ଆମେରିକା ବାଣିଜ୍ୟ ବ୍ୟାପାର ମୂଲ୍ୟାଙ୍କନ ଫେଡେରାଲ ରାଜ୍ୟ ସରକାରଙ୍କ ଅନୁଷ୍ଠାନ ସହିତ ବେସରକାରୀ ଶିଳ୍ପ ଅନୁଷ୍ଠାନ ପକ୍ଷରୁ ଆମେରିକାର ବିଶ୍ୱ ବଜାରରେ କିପରି ବିଭିନ୍ନ ପ୍ରତିଯୋଗିତା କରିପାରିବ ତାହାକୁ ଅନୁଧ୍ୟାନ କରାଯିବ । ୧୬ଜଣିଆ ସଦସ୍ୟ ଆମେରିକାର ବାଣିଜ୍ୟ ବିଭାଗ, ସଚିବାଳୟ,ଆନ୍ତଃର୍ଜାତୀୟ ବାଣିଜ୍ୟ ଆୟୋଗ, ଅନ୍ତଃର୍ଜାତୀୟ ମୁଦ୍ରା ପାଣ୍ଠି ଓ ବିଭିନ୍ନ ଶିଳ୍ପ ସଂସ୍ଥା ସହ ଆମେରିକାର ଅନେକ ଶୀର୍ଷ ବିଶ୍ୱବିଦ୍ୟାଳୟର ଅଧିକାରୀମାନଙ୍କୁ ଭେଟି ବିଶ୍ୱ ବାଣିଜ୍ୟ ଓ ଆମେରିକା ବାଣିଜ୍ୟ ବ୍ୟବସ୍ଥା ଉପରେ ଅନୁଧ୍ୟାନ କରୁଛନ୍ତି । ଆମେରିକାର ବାଣିଜ୍ୟ ନୀତି କେମିତି ଅନ୍ତଃର୍ଜାତିକ ସ୍ତରରେ ଅର୍ଥନୈତିକ ଓ ରାଜନୈତିକ ତଥା ସାମାଜିକ ସାଂସ୍କୃତିକ କାରଣ ଦ୍ୱାରା ପ୍ରଭାବିତ ହୋଇପାରିବ ଏବଂ ବିଶ୍ୱର ବାଣିଜ୍ୟ କାରବାର ଉପରେ ଏପରି ଅର୍ଥନୀତି କିପରି ପ୍ରଭାବ ପକାଇ ପାରିବ ତାହା ଉପରେ ଏହି ୧୬ଜଣିଆ ପ୍ରତିନିଧି ବିଶେଷ ଭାବେ ଅନୁଧ୍ୟାନ କରି ଆମେରିକା ସରକାରଙ୍କୁ ରିପୋର୍ଟ ଦେବେ । ଦଶରଥପୁରର ଡ.ପ୍ରୀତିଶ ଏପରି ଏକ ସମ୍ମାନସ୍ପଦ ଆନ୍ତଃର୍ଜାତୀୟ ସେମିନାରରେ ଭାରତର ପ୍ରତିନିଧିତ୍ୱ କରୁଥିବାରୁ ସମଗ୍ର ଅଞ୍ଚଳରୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।