ଟ୍ରାନ୍ସଫରମର ନିକଟରେ ପିଲାଙ୍କ ଗେମ୍ ପଡ଼ିଆ ପ୍ରଶାସନ ଜାଣି ଅଜଣା, ହଟାଇବାକୁ ଦାବି
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ବିପଦକୁ ନିମନ୍ତ୍ରଣ ଦେଇ ପିଲାମାନଙ୍କ ଜୀବନକୁ ବାଜି ଲଗାଇଛି । ବ୍ରହ୍ମପୁରର ଜନଗହଳି ପୂର୍ଣ୍ଣ ସ୍ଥାନରେ ଥିବା ଟ୍ରାନ୍ସଫରମର ନିକଟରେ ପିଲାଙ୍କୁ ଖେଳିବାର ଉପକରଣ ଲଗାଇଛି । ଏହି ଭୁଲ ପାଇଁ ବ୍ରହ୍ମପୁର ମେୟେର ଯେତିକି ଦାୟୀ ସେତିକି ଦାୟୀ କମିଶନର ବୋଲି ସେ ଅଞ୍ଚଳରେ ଚର୍ଚ୍ଚା ହେଲାଣି । ଅର୍ଥ ବାଟମାରଣା କରିବାକୁ ଯାଇ ସର୍ଭେ ନକରି ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟ ଓ ଉନ୍ନତି କରଣ ନାମରେ ହରିଲୁଟ ·ଲିଥିବା ଦେଖିବାକୁ ମିଳିଛି । ବିପଦ ନଥିବା ବିଭିନ୍ନ ସାହି ବସ୍ତିରେ ଖେଳ ଉପକରଣ ଲଗାଇବା ପାଇଁ କଡା ନିଦେ୍ର୍ଧଶ ରହିଛି । ଏହାକୁ ଭୃକ୍ଷେପ ନ କରି ଟ୍ରାନ୍ସଫରମର ନିକଟରେ ଖେଳ ଉପକରଣ ଲଗା ଯାଇଛି । ଯଦି କୌଣସି ଅଘଟଣ ଘଟେ ତାହା ହେଲେ କିଏ ଦାୟୀ ରହିବ । ସୂଚନା ଥାଉକି ଦୁର୍ନୀତିର ଚରମସୀମାରେ ବ୍ରହ୍ମପୁର ମହାନଗର ନିଗମ ଯେଉଁଠି ହାତ ମାରିବ ସେଠାରେ ପାଇବ ଦୁର୍ନୀତିର ଗନ୍ଧ । ଦୁର୍ନୀତିର ସବୁ ସୀମାକୁ ପାର କରି ଦେଇଛି ଏହି ଦୃଶ୍ୟ । ବ୍ରହ୍ମପୁର ଟ୍ରେଜେରି ଦେଇ ବଡବଜାରକୁ ଯିବା ରାସ୍ତା କଡରେ ଗୋଟିଏ ହାଇ ପାୱାର ଟ୍ରାନ୍ସଫରମରକୁ ଲାଗି ପିଲାଙ୍କ ପାଇଁ ଏହି ସବୁ ଖେଳନାମାନ ଲଗା ଯାଇଛି । ଯେଉଁଠି ଅତି କୋମଳ ମତି ପିଲାମାନେ ଖେଳୁ ଥିବା ବି ଦେଖିବାକୁ ମିଳୁଛି, ଯଦି କିଛିବି ଦୁର୍ଘଟଣା ଘଟେ ତେବେ ବିଏମସି ଦାୟୀ ରହିବ କି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି । ଯଥା ଶୀଘ୍ର ଏହାକୁ ନେଇ ସ୍ଥାନୀୟ କମିଶନର ଓ ମେୟର ଚିନ୍ତା କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।