ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ଛତ୍ରପୁର: ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ସର୍ଟସର୍କିଟ ପାଇଁ ଲାଗିଲା ନିଆଁ । ନିଆଁରେ ସମସ୍ତ ଅଫିସ କାଗଜ ପତ୍ର ଓ କମ୍ପୁଟର, ପ୍ରିଣ୍ଟର ପୋଡି ନଷ୍ଟ । ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବିଭାଗ । ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ଉଠାଇ ନ ଥିଲେ ଅଧିକାରୀ । ଯାହା ଫଳରେ ତାଲା ପଡ଼ିଥିବା ଯୋଗୁ ନିଆଁ ଲିଭାଇବା କିଛି ସମୟ ବିଳମ୍ବ ମଧ୍ୟ୍ୟ ହୋଇଥିଲା । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ନିଆଁକୁ ଆୟତ କରିଥିଲେ ଅଗ୍ନିଶମ ବାହୀନି । ସକାଳୁ ସକାଳୁ ଏହି ନିଆଁ ଲାଗିଥିଲା । ସ୍ଥାନୀୟ ଲୋକ ଦେଖି ଅଧିକାରୀଙ୍କୁ ବାରମ୍ବାର ଫୋନ କରିଥିଲେ ସେ ଉଠାଇ ନ ଥିଲେ । ଶେଷରେ ବିଧାୟକ ନିଜେ ଉପସ୍ଥିତ ନିଆଁ ଲିଭାରେ ସହଯୋଗ କରିଥିଲେ । ଦୁଇ ଘଣ୍ଟା ପରେ ଅଧିକାରୀ ଜଣକ କାର୍ଯ୍ୟାଳୟ ଆସିଥିଲେ । ଦେହ ଅସୁସ୍ଥ ଥିବାରୁ ନିଦ ବାଟିକା ଖାଇ ଶୋଇଥିଲି ବୋଲି ଅଧିକାରୀ ଜଣକ କହିଥିଲେ । ଏନେଇ ଘଟଣା ସ୍ଥଳକୁ ଛତ୍ରପୁର ତହସିଲଦାର ସମ୍ବିତ ସଂଗ୍ରା ମଜିତ ସାହୁ ପରିଦର୍ଶନ କରି ସ୍ଥିତ ଯାଞ୍ଚ କରିଥିଲେ ।