୧୮ରୁ ଅଣରାଜସ୍ୱ କାମରୁ ନିବୃତ ରହିବେ ଆର୍ଆଇ

ଚମ୍ପୁଆ : ଆସନ୍ତା ୧୮ ତାରିଖରୁ ଦୁଇଖାନା ସଂଶୋଧନ ଓ ସମସ୍ତ ଅଣରାଜସ୍ୱ କାର୍ଯ୍ୟରୁ ନିବୃତ ରହିବାକୁ ନେଇ  ଆଜି ଚମ୍ପୁଆ ତହସିଲଦାର ସଜତ ମାର୍କୀଙ୍କୁ ଏକ  ଦାବିପତ୍ର ଦେଇଛନ୍ତି । ଦୀର୍ଘଦିନ ଧରି ସରକାରୀ ନିଷ୍କ୍ରିୟତା,ଅତ୍ୟଧିକ କାର୍ଯ୍ୟଭାର ଏବଂ ଅମାନବିକ ପରିସ୍ଥିତିରେ କାର୍ଯ୍ୟକୁ ବିରୋଧ କରି ଚମ୍ପୁଆ ରାଜସ୍ୱ ନିରିକ୍ଷକ ଓ ସହକାରୀ ରାଜସ୍ୱ ନିରିକ୍ଷକ ମାନେ ଏହି ଦାବିପତ୍ର ଦେଇଛନ୍ତି । ଅଭିଯୋଗ ଅନୁସାରେ ରାଜସ୍ୱ ଓ ଅଣରାଜସ୍ୱ କାର୍ଯ୍ୟ ଯଥା ଅନଲାଇନ ଡାଟାଏଂଟ୍ରି, କୃଷକ ପଂଜିକରଣ, କୋର୍ଟ କେସ ରିପୋର୍ଟ, ଜମିଅଧିଗ୍ରହଣ, ଫସଲକାଟିବା ପରିକ୍ଷା ଆଦି କାର୍ଯ୍ୟ ବିନା ମାନବ ସମ୍ବଳରେ ଆରଆଇ ଓ ଏଆରଆଇ ମାନେ ପ୍ରବଳ ଚାପର ବଶବର୍ତ୍ତୀ ହୋଇ କରୁଛନ୍ତି । ଏପରିକି ଭୂଲେଖ ଡିଜିଟାଲ ପ୍ରଣାଳି ହୋଇଥିବା ସ୍ୱତେ କୃଷକ ପଂଜିକରଣ ଓ ମଣ୍ଡିଜାଂଚ କାର୍ଯ୍ୟ ଏମାନଙ୍କ ଉପରେ ଲଦିଦିଆଯାଉଛି । ଅନ୍ୟପକ୍ଷରେ ଏହି କର୍ମଚାରିଙ୍କ ପଦୋନ୍ନତି ୨ବର୍ଷ ହେବ ବିଲମ୍ବ ଯୋଗୁଁ ସତାଧିକ କର୍ମଚାରୀଙ୍କ ବାର୍ଷିକ ଇନକ୍ରିମେଂଟ ବନ୍ଦ ରହୁଥିବା ,ସମାନୁପାତିକ ଭାବରେ ପ୍ରତିମାସ ଡିଏ କମମିଳୁଥିବା ଅଭିଯୋଗ କରିଛନ୍ତି । ଫଳରେ ଚଳିତ ଅଗଷ୍ଟ ୧୮ ତାରିଖରୁ ଦୁଇଖାନା ସଂଶୋଧନ ଓ ଅଣରାଜସ୍ୱ କାମରୁ ନିବୃତ ରହିବେ ବୋଲି ସୂଚନା ଦେଇଛନ୍ତି ।