ସମାଜ ସେବାରେ ସମର୍ପିତ ପ୍ରତାପ
ନିଶ୍ଚିନ୍ତକୋଇଲି : ସମାଜସେବା ମନୋଭାବ ନେଇ ବଡକ୍ଷୀର ପଞ୍ଚାୟତ ସମାଜସେବୀ ପ୍ରତାପ କୁମାର ସିଂହଙ୍କ ସଂଯୋଜନାରେ ବଡକ୍ଷୀର ପଞ୍ଚାୟତର ଦୁସ୍ଥ, ଅସହାୟ ଗରିବ ପରିବାରଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ସମାଜସେବା ସମର୍ପଣ ବଡକ୍ଷୀର ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ସମାଜସେବୀ ପ୍ରତାପ କୁମାର ସିଂହଙ୍କ ସେବା ମନବୃତ୍ତିର କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଶ୍ରୀ ସିଂହଙ୍କ ଏଭଳି କାର୍ଯ୍ୟକୁ ଭୂୟଶୀ ପ୍ରଶଂସା କରିଛନ୍ତି । ଏଥିପୂର୍ବରୁ ଶ୍ରୀ ସିଂହଙ୍କ ସଂଯୋଜନାରେ ବଡକ୍ଷୀର ପଞ୍ଚାୟତ ସମେତ ଅନ୍ୟ ପଞ୍ଚାୟତରେ ମଧ୍ୟ ବିଭିନ୍ନ ସେବା ମୂଳକ କାର୍ଯ୍ୟ ହୋଇଛି । କାର୍ଯ୍ୟକ୍ରମରେ ସମାଜସେବିକା ଅମି୍ରତା ସିଂହ ଉପସ୍ଥିତ ରହି ସାମଗ୍ରୀ ବଣ୍ଟନ କରିଥିଲେ ।