ବିଶ୍ୱ ନାଟ୍ୟ ଦିବସ ପାଳିତ
କଟକ : ଭାରତୀୟ ଗଣନାଟ୍ୟ ସଂଘ ଇପ୍ଟ୍ଟା ପକ୍ଷରୁ ସ୍ଥାନୀୟ ବାରବାଟୀ ଷ୍ଟାଡ଼ିୟମ ସ୍ଥିତ ଇସ୍କଫ ହଲରେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ଇପ୍ଟାର କଟକ ଜିଲ୍ଲା ସଭାପତି ବିପିନ ବିହାରୀ ପାଢ଼ି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ମୁଖ୍ୟଅତିଥି ଭାବେ ପ୍ରଫେସର ଡ. ନଟବର ଶତପଥି ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ସାମାଜିକ ବ୍ୟବସ୍ଥାର ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ । ଇପ୍ଟାର ଓଡ଼ିଶା ରାଜ୍ୟ ସଂପାଦକ ସୁଶାନ୍ତ ମହାପାତ୍ର ଇପ୍ଟାର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । କଟକ ଇପ୍ଟାର ଯୁଗ୍ମ ସଂପାଦକ ଚିତ୍ତରଂଜନ ପାତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟଗୁରୁ ଆଶିଷ ଦାସ, ସଂଜିତ ନାୟକ, ସଂଗୀତକାର ମିତ୍ରଭାନୁ ମହାନ୍ତି, ସନ୍ତୋଷ ପାତ୍ର, ବର୍ଷିୟାନ ଅଭିନେତ୍ରୀ ନିହାରିକା ଦାସ, କୃଷ୍ଣପି୍ରୟା ମିଶ୍ର, ଶେଖ ଅଖତର ହୁସେନ, ମାନସୀ ପାତ୍ର ଓ ସୁକାନ୍ତ ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ସଂଜୟ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ ।