୨ ଗ୍ରାମ ମଧ୍ୟରେ ଗଣ୍ଡଗୋଳ, ୪୦ ଗିରଫ 

 ବ୍ରହ୍ମପୁର : ବ୍ରହ୍ମପୁର-ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସମୁଦ୍ର କୂଳିଆ ଗାଁ ରମେୟା ପଟ୍ଟନା ଓ କୁତୁର ଗ୍ରାମରେ ଦୁଇ ଦିନ ହେଲା ଲାଗିରହିଛି  ଉତ୍ତେଜନା । ରମେୟ ପାଟଣା ଗ୍ରାମ ବସି ସମୁଦ୍ର ଭିତରକୁ ଡଙ୍ଗା ନେବା ପାଇଁ ମେସିନ ସାହାର୍ଯ୍ୟରେ ମୁହାଣକୁ ଖୋଳିଥିଲେ  । ଏହାକୁ ବିରୋଧ କରିଥିଲେ କୁତୁର୍ ଗ୍ରାମବାସୀ । ଫଳରେ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇଁ ସ୍ଥାନୀୟ ତହସିଲଦାର ଓ ପୋଲିସ ପହଞ୍ଚି ଉଭୟଙ୍କୁ ନେଇ ବୈଠକ କରିଥିଲେ । ହେଲେ ସମାଧାନର ପନ୍ଥା ବାହାରି ପାରିଲାନାହିଁ  । ଉଭୟ ଗ୍ରାମବାସୀ ପ୍ରଶାସନର ଉପସ୍ଥିତରେ ହତାହାତି ହୋଇଥିଲେ । ଫଳରେ ଉଭୟ ଗ୍ରାମର ବହୁ ଲୋକ ଆହତ ହୋଇଥିଲେ । ଉତେଜନାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସ୍ପି ଡା. ଶ୍ରବଣା ବିବେକ ଏମ୍ଙ୍କ ସମେତ  ବହୁ ପ୍ରସନିକ ଅଧିକାରୀ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିବା ସହିତ ୪୦ ଜଣ ଅଭିଯୁକ୍ତକୁ  ଗିରଫ କରିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି  ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଅଞ୍ଚଳରେ କିଭଳି ଶାନ୍ତି ବଢିଯାଏ ରହିବ ଏବଂ ମୁହାଣକୁ ନେଇ ସୃଷ୍ଟି ହେଉଥିବା ବିବାଦର କିଭଳି ସ୍ଥାୟୀ ସମାଧାନ ହେବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ବିବେକ କହିଛନ୍ତି ।