ସ’ମିଲ ପାଲଟିଛି ଚୋରା କାଠର ହବ୍
ାା ପ୍ରଭାନୁ୍ୟଜ୍ ।ା ଜାରକା,: ଧର୍ମଶାଳା ଥାନା ଅନ୍ତର୍ଗତ ଜାମୁବଣିଆରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ହୋଇଛି । ଜିଲା ଦୁର୍ନିତୀ ନିବାରଣ ବିଭାଗର ଫରେଷ୍ଟ ଶାଖାର ଏକ ଟିମ ଡିଏସପି ସୁଶିଲ ଏକାଙ୍କ ନେତୃତ୍ୱରେ ଚଢାଉ କରି ଶାଗୁଆନ କାଠ ଜବତ କରିଛି । ଏତେ ଟଙ୍କାର କାଠ କାହାର ରାସ୍ତା ପାର୍ଶ୍ୱରେ ପଡ଼ିଥିଲା ତାହା ଜଣାପଡ଼ିନଥିବା ବେଳେ କେହିବି ଦାବିଦାର ସାମ୍ନାକୁ ଆସି ନାହାଁନ୍ତି । କଟକ ଏସିଏଫ୍ ସଞ୍ଜୁ ମିଠୁଙ୍କ ସଦଳବଳ ଚଢ଼ାଉ କରି କାଠକୁ ଜବଦ କରି ନେଇଥିଲେ । କାଠ କାହାର ତାକୁ ତଦନ୍ତ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏସପି କହିଥିଲେ ହେଁ ଧର୍ମଶାଳା ଚୋରା କାଠର ହବ ପାଲଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଧର୍ମଶାଳାରେ ୧୪ରୁ ଅଧିକ ସ’ମିଲ ରହିଛି । ଯେଉଁଠି ଲକ୍ଷଲକ୍ଷ ଟଙ୍କାର କାଠ କଟାଯାଉଛି । ନିୟମ ଭିତିରେ କାଠ କଟାଯାଉଥିବା ବେଳେ କେତେକ ସ’ମିଲରେ ଚୋରାକାଠ କଟାଯାଉଥିବାର ସନେ୍ଦହ ବିଭାଗ ପକ୍ଷରୁ କରାଯାଇଛି । ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ଖବର ମତେ ଜବଦ ହୋଇଥିବା କାଠ ପାଞ୍ଚଲକ୍ଷରୁ ଅଧିକ ଟଙ୍କାର କାଠ ସ’ମିଲ ଠାରୁ ଗୋଟିଏ କିଲୋମିଟର ଦୂରରେ ପଡ଼ିଥିଲା । ଯାହା ଖବର ମିଳୁଛି, ଚୋରାରେ ଆସିଥିବା କାଠକୁ ଗୋଟିଏ ସ’ମିଲର ମାଲିକ ଦୂରରେ ଏହାର ପକାଇ ରଖିଥିଲେ । ସମୟ ସୁବିଧା ଦେଖି ତାହାକୁ ରାତି ଅଧିଆ ଆଣି ମିଲରେ କାଟି ବିକ୍ରି କରିଥାନ୍ତେ । ଏଭଳି ବେଆଇନ କାମ ବର୍ଷତମାମ ଚାଲିଆସୁଥିବା ବେଳେ ବନ ବିଭାଗ ଧର୍ମକୁ ଆଖିଠାର ମାରିବା ପରି ରାସ୍ତାକଡ଼ରେ ପଡ଼ିଥିବା କାଠକୁ ଜବଦ କରି ନେଇଛି । ହେଲେ ବିଭାଗ କୈାଣସି ସ’ମିଲରେ ଚଢାଉ କରି କେତେ ପରିମାଣର ଚୋରା କାଠ ମହଜୁଦ ରହିଛି, ତାହା କରିବାର ଦେଖାଯାଉନି । ସ’ମିଲ ମାଲିକଙ୍କ ସହ ଥିବା ବିତିରି ବୁଝାମଣା ଯୋଗୁ ବର୍ଷକୁ କୋଟି କୋଟି ଟଙ୍କାର ଚୋରା କାଠ କଟାଯାଇ ବିକ୍ରି କରାଯାଉଥିବାର ଅଭିଯୋଗ ହେଉଛି । ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଠି ଦେବାକୁ ସାଧାରଣରେ ଦାବି କରାଯାଇଛି ।