ବୁଢ଼ା ନଦୀରେ ନିଖୋଜ ଛାତ୍ରର ମୃତଦେହ ଉଦ୍ଧାର


ାା ପ୍ରଭାନୁ୍ୟଜ୍ ।ା ବରୁଆଁ, ୧ା୯: ବୁଢ଼ା ନଦୀରେ ବୁଡ଼ି ନିଖୋଜ ଥିବା ଛାତ୍ରର ମୃତ ଦେହ ଉଦ୍ଧାର ହୋଇଛି । ଖବର ମତେ ଆପେକ୍ସ ଇଂଲିଶ୍ ମିଡ଼ିଅମÿ୍ ସ୍କୁଲର ନବମ ଶ୍ରେଣୀର ଛାତ୍ର ଓମ୍ ପ୍ରକାଶ ଷଡଙ୍ଗୀ (୧୪)ମଙ୍ଗଳପୁର ଥାନା ଅନ୍ତର୍ଗତ କାଟିଆ ଗ୍ରାମର ସାନିଆ ଷଡଙ୍ଗୀଙ୍କ ପୁଅ ହୋଇଥିବା ବେଳେ ଯାଜପୁର ଲଳିତେଶ୍ୱର ନଗରରେ ଏକ ଭଡ଼ାଘରେ ରହି ପାଠ ପଢୁଥିଲେ । ଶନିବାର ସ୍କୁଲ ଯିବାକୁ କହି ଘରୁ ବାହାରି ଯାଇଥିଲେ ହେଁ ଅନ୍ୟ ୬ ସାଙ୍ଗଙ୍କ ସହ ବୁଢ଼ା ନଦୀକୂଳକୁ ବୁଲିବାକୁ ଯାଇଥିଲେ । ଓମ୍ପ୍ରକାଶ ସେଠାରେ ଶୌଚ ହେବା ପାଇଁ ନଦୀ କୂଳକୁ ଯାଇଥିଲା । ହେଲେ ଗଭୀର ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲା । ଅନ୍ୟସାଙ୍ଗ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହେବାରୁ ପାଖରେ ଥିବା ଲୋକଙ୍କୁ ଡାକ ପକାଇଥିଲେ । ସଙ୍ଗେ ସଙ୍ଗେ ଲୋକମାନେ ଖୋଜା ଖୋଜି କରିବା ସହ ନିକଟସ୍ଥ ଅଗ୍ନିଶମ ସେବା ବାହିନୀକୁ ଫୋନ୍ ଯୋଗେ ଜଣାଇଥିଲେ । ଖବରପାଇ ଯାଜପୁର ଅଗ୍ନିଶମ ସେବା ବାହିନୀ ଓ କଳିଙ୍ଗନଗରରେ ଥିବା ଅଭିଜ୍ଞ ବୁଡ଼ାଳି ସହ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଁଚି ଖୋଜାଖୋଜି କରିଥିଲେ । ହେଲେ ରବିବାର ଦିନ ୧୧ଟା ବେଳେ ନିଖୋଜ ଓମର ମରଶରୀରକୁ ଉଦ୍ଧାର କରାଯାଇଥିଲା । ଯାଜପୁର ସଦର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।