ସମୂହ ସଫେଇ କାର୍ଯ୍ୟକ୍ରମ
ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସମୂହ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହର ସ୍ଥିତ ଟାଉନ ହଲ ଠାରେ ସ୍ୱଚ୍ଛ ସାଥି ଏବଂ ସ୍ୱଚ୍ଛ କର୍ମୀମାନେ ମିଳିମିଶି ସଫେଇ କରିଥିଲେ । ଏଥିସହ ସହରର ୟୁଜିଏମଇ ସ୍କୁଲ ଠାରେ ଅଗାମୀ ସ୍ୱାଧୀନତା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ, ଝୋଟି ଏବଂ ବକôୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଏହି ସବୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ଅଗାମୀ ସ୍ୱାଧୀନତା ଦିବସ ପାଳନ ଅବସରରେ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ହର ଘର ତ୍ରିରଙ୍ଗା ହର ଘର ସ୍ୱଚ୍ଛତାର ନାରା ଦିଆଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଏନ୍ଏସି ପରିମଳ ବିଶେଷଜ୍ଞ ସନ୍ତୋଷ ଖେମୁଣ୍ଡୁ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିପ୍ରଭା ସାହୁଙ୍କ ସମେତ ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।