ମାଟାପାକା ସେବାଶ୍ରମର ଜଣେ ଛାତ୍ର ମୃତ

ମାଲକାନଗିରି : ମାଲକାନଗିରି ମାଟାପାକା ସେବାଶ୍ରମର ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଜୀବନ ଯାଇଛି  । ମୃତ ଛାତ୍ର ଙ୍କ ନାଁ ରୋହିତ ମାଡାମି ବୋଲି ଜଣାପଡିଛି । ସେ ଗତ କିଛି ଦିନ ଧରି ପ୍ରବଳ ଜ୍ୱରରେ ପୀଡ଼ିତ ଥିଲେ ବୋଲି ସୂଚନା ମିଳିଛି । ଆଜି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଥିଲା, ସେଠାରେ ପହଞ୍ଚିବାର କିଛି ସମୟ ପରେ ତାଙ୍କର ମୃତୁ୍ୟ ହୋଇଛି ବୋଲି ସୂଚନା ମିଳିଛି  । ତେବେ ତାଙ୍କ ରକ୍ତ ନମୁନା ପରୀକ୍ଷାରୁ ଜଣାପଡିଲା ଯେ, ରୋହିତ ମସ୍ତିଷ୍କ ମ୍ୟାଲେରିଆରେ ପୀଡିତ ଥିଲେ  । ରୋହିତଙ୍କ ମୃତୁ୍ୟ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି  । ଏହା ସହ ତାଙ୍କର ସହପାଠୀ ଓ ବିଦ୍ୟାଳୟରେ ମଧ୍ୟ ଶୋକର ଛାୟା ଖେଳିଯାଇଛି  । ପୂର୍ବରୁ ମ୍ୟାଲେରିଆ ଆକ୍ରାନ୍ତ ସ୍ୱାଭିମାନ ଅଞ୍ଚଳ ଯୋଡାମ୍ବ ଅଞ୍ଚଳରେ ଜଣଙ୍କର ଜୀବନ ଯାଇଥିଲା  । ମାଲକାନଗିରି ଜିଲ୍ଲାରେ ମ୍ୟାଲେରିଆ ଜ୍ୱର ଦିନକୁ ଦିନ କାୟା  ବିସ୍ତାର କରିବାରେ ଲାଗିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଯନôବାନ ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି  ।