ସମୃଦ୍ଧ ଓଡ଼ିଶା ଗଠନରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ସୂରଜ
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ସୂରଜ କହିଥିଲେ କି, ଏକ ସଶକ୍ତ ସମାଜ ଓ ସମୃଦ୍ଧ ଓଡ଼ିଶା ରାଜ୍ୟ ଗଠନରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ଗୌରବମୟ ଇତିହାସ ଓ ସଂସ୍କୃତି ଏବଂ ଓଡ଼ିଆ ଅସ୍ମିତାର ବିନ୍ଧାଣୀ ଭାବେ ପରିଚିତ ବହୁ ଯୁଗସ୍ରଷ୍ଟାଙ୍କ ଜୀବନୀରୁ ଅନୁପ୍ରାଣିତ ହୋଇ ରାଜ୍ୟର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣରେ ବିଦ୍ୟାର୍ଥୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରନ୍ତୁ । ଶିକ୍ଷା କେବଳ ଜୀବିକା ଅର୍ଜନ କରିବାର ମାଧ୍ୟମ ନୁହେଁ, ବରଂ ଜୀବନର ମାର୍ଗଦର୍ଶକ ହେଉ । ଏଥିସହ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ନିଜର ଭବିଷ୍ୟତ ନିର୍ମାଣ କରିବା ସହ ଓଡ଼ିଶାକୁ ବିଶ୍ୱମଞ୍ଚରେ ଏକ ଅନନ୍ୟ ସ୍ଥାନ ପ୍ରଦାନ କରିବା ପାଇଁ ସଦାସର୍ବଦା ଚେଷ୍ଟିତ ରୁହନ୍ତୁ ବୋଲି ଉଦ୍ବୋଧନ ଦେଇଥିଲେ ମନ୍ତ୍ରୀ ଶ୍ରୀ ସୂରଜ ।
ଆଜିର ବାର୍ଷିକ ଉସôବରେ ମନ୍ତ୍ରୀ ଶ୍ରୀ ସୂରଜ ମହାବିଦ୍ୟାଳୟ ପରିସର ମଧ୍ୟରେ ହୋଇଥିବା ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ମୁଖପତ୍ର "ମଙ୍ଗଳ ପ୍ରଭାତ' ଉନ୍ମୋଚିତ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା । ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଉସôବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଦେବଯାନୀ ସିଂ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।